ରାୟଗଡ଼ାରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଭାଜପାର ବିରୋଧ: କର୍ମୀଙ୍କୁ ଉଠାଇ ନେଲା ପୋଲିସ

ରାୟଗଡ଼ା ଅଫିସ,୨୬ା୧: ମନ୍ତ୍ରୀ ଅରୁଣ ସାହୁଙ୍କ ରାୟଗଡ଼ା ଜିଲା ଗସ୍ତକୁ ନେଇ ଭାଜପା ପକ୍ଷରୁ ବିରୋଧ କରାଯାଇଥିଲା। ସାଧାରଣତନ୍ତ୍ର ଦିବସରେ ତାଙ୍କୁ ମୁଖ୍ୟ ଅତିଥି କରାଯାଇଥିବାରୁ ଦଳ ପକ୍ଷରୁ ପରୀ ପ୍ରସଙ୍ଗ ଉଠାଇ ପ୍ରତିବାଦ କରାଯାଇଥିଲା। ତେଣୁ ସାଧାରଣତନ୍ତ୍ର ଦିବସରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଯାଇ ରାୟଗଡ଼ା ଟାଉନ ଥାନା ପୋଲିସ ଜିଲା ଭାଜପା ସଭାପତି ଶିବ ପଟ୍ଟନାୟକ, ନଗର ସଭାପତି ଶ୍ୟାମ କୁମାର ଦାଶ, ପ୍ରମୁଖ କାର୍ଯ୍ୟକର୍ତ୍ତା ବିଦ୍ୟା ଭୂଷଣ ପଣ୍ଡାଙ୍କ ସମେତ ଜିଲା ଓ ନଗର ଭାଜପା କର୍ମୀଙ୍କୁ ଥାନାରେ ଅଟକ ରଖିଛି। ସୂଚନାଯୋଗ୍ୟ ମନ୍ତ୍ରୀ ସାହୁ ସୋମବାର ଜିଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିବାବେଳେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।

Share