Categories: ଜାତୀୟ

ଜୁଲାଇ ୧୬ରେ ଭାଜପାର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ, ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୨ ।୭: ଜୁଲାଇ ୧୬ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପାର୍ଲାମେଣ୍ଟାରୀ ବୋର୍ଡ ମିଟିଂ ହେବାକୁ ଯାଉଛି । ଏହି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି । ଆହୁରି ବି କୁହାଯାଉଛି କି ଏଥିରେ ଏନଡିଏ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ଏଥିପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି । ଅର୍ଥାତ୍ ନୋମିନେଶନ ପାଇଁ ଏବେ ଆଉ ମାତ୍ର ୮ ଦିନ ବାକି ରହିଛି । ସମିକରଣ କଥା କହିଲେ ଦୁଇଟି ନିର୍ବାଚନର ସ୍ଥିତି ପୁରା ଅଲଗା ରହିଛି । ରାଷ୍ଟ୍ରପତି ନିର୍ବାଚନରେ ଭାଜପାକୁ ସହଯୋଗୀ ଦଳର ଆବଶ୍ୟକତା ଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ଭାଜପା ସମସ୍ତଙ୍କ ଉପରେ ଭାରି ପଡିପାରେ ।
ଏଥିରୁ ଅନୁମାନ କରାଯାଉଛି କି ଭାଜପା ବିରୋଧରେ ହୁଏତ ବିରୋଧି କେହି ପ୍ରାର୍ଥୀ ଠିଆ କରି ନ ପାରନ୍ତି । ଅର୍ଥାତ୍ ଭାଜପା ପ୍ରାର୍ଥୀ ନିର୍ଦ୍ଦେନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି । ଏଥିପାଇଁ ଦଳ ୧୬ ଜୁଲାଇରେ ସଂସଦୀୟ ବୋର୍ଡର ବୈଠକ ଡାକିଛି ।

Share