ନୂଆଦିଲ୍ଲୀ,୨୫।୭: ସଂସଦର ମୌସୁମୀ ଅଧିବେଶନରେ ମଣିପୁର ପ୍ରସଙ୍ଗରେ ଉତ୍ତେଜନା ଜାରି ରହିଛି। ମଣିପୁର ହିଂସା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ସଂସଦରେ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତି ଦେବାକୁ ଦାବି କରି ବିରୋଧୀ ଦଳ ଜିଦ ଧରିଛନ୍ତି। ଏଥି ସହ ସଂସଦରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ବୈଠକରେ ପହଞ୍ଚିଛନ୍ତି। ବୈଠକରେ ସରକାର କହିଛନ୍ତି ଯେ, ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ।