ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ସଂସଦୀୟ ଦଳର ବୈଠକ ଡିସେମ୍ବର ୨୦ ଅର୍ଥାତ ମଙ୍ଗଳବାର ସକାଳ ୯.୩୦ରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବରିଷ୍ଠ ନେତା ଏହି ବୈଠକରେ ଯୋଗଦେବେ। ଏହାପୂର୍ବରୁ ଡିସେମ୍ବର ୧୪ରେ ଭାଜପାର ସଂସଦୀୟ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।