Categories: ଜାତୀୟ

ଗେହଲଟ୍‌ଙ୍କ ରାଜସ୍ଥାନରେ ଭାଜପାର ପାଇଲଟ୍‌ ପ୍ରୋଜେକ୍ଟ

ଜୟପୁର,୧୩।୭: ରାଜସ୍ଥାନରେ ଭାଜପାର ଅପରେଶନ୍‌ ଲୋଟସ୍‌ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସଚିନ୍‌ ପାଇଲଟ୍‌ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ଫାଇଦା ନେବାକୁ ଭାଜପା ଯୋଜନା କରୁଥିବା ଅଭିଯୋଗ ହେଉଛି। ଗେହଲଟ୍‌ଙ୍କ ରାଜସ୍ଥାନରେ ଭାଜପା ପାଇଲଟ୍‌ ପ୍ରୋଜେକ୍ଟ କରିବାକୁ ଚାହିଁ ବସିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ପ୍ରାୟ ୧୦୦ ଜଣ ବିଧାୟକ ଯୋଗଦେଇଥିବା କୁହାଯାଉଛି। ରାଜସ୍ଥାନ କଂଗ୍ରେସ ପକ୍ଷରୁ ଅବିନାଶ ପାଣ୍ଡେ କହିଛନ୍ତି ଯେ, ସରକାରଙ୍କ ପାଖରେ ୧୦୯ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଅପରପକ୍ଷରେ ବିଦ୍ରୋହୀ ଯୁବନେତା ସଚିନଙ୍କ ପାଖରେ ୩୦ ଜଣ ବିଧାୟକ ରହିଥିବା ଚର୍ଚ୍ଚା ହେଉଛି। ଜୟପୁର କଂଗ୍ରେସ କାର୍ଯ୍ୟାଳୟରୁ ଇତିମଧ୍ୟରେ ସଚିନଙ୍କ ପୋଷ୍ଟର ହଟାଯାଇଥିବା କୁହାଯାଉଛି।

Share