Posted inଜାତୀୟ

ଚିରାଗଙ୍କୁ କଣ୍ଟ୍ରୋଲ କରିବା ପାଇଁ ବଡ଼ ଗେମ୍‌ ଖେଳିଲା ଭାଜପା, ପଶୁପତିଙ୍କ ସହ ବଡ଼ ଡିଲ! ଜଣାପଡିଲା ଭିତିରି କଥା…

ନୂଆଦିଲ୍ଲୀ,୮।୯: ଗତ କିଛିଦିନ ଧରି କେନ୍ଦ୍ର ମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଚିରାଗଙ୍କ ଏହିସବୁ ବୟାନକୁ ନେଇ ହରଡଘଣାରେ ପଡିଛନ୍ତି ଭାଜପା ହାଇକମାଣ୍ଡ। ତେବେ ଚିରାଗଙ୍କ ଉପରେ ଲଗାମ କଷିବା ପାଇଁ ଭାଜପା ନେଇଛି ବଡ଼ ନିଷ୍ପତ୍ତି। ଭାଜପା ପୁଣି ଥରେ ଚିରାଗଙ୍କ ମାମୁଁ ପଶୁପତି ପାରସଙ୍କୁ ଏନଡିଏରେ ସକ୍ରିୟ କରିବାକୁ ଚିନ୍ତା କରିପାରେ। ଏବେ ପ୍ରଶ୍ନ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ନିଜ ହନୁମାନ ଚିରାଗ ପାସୱାନଙ୍କ ଆଗରେ ତାଙ୍କ ମାମୁଁ ପଶୁପତିଙ୍କୁ ଶକ୍ତିଶାଳୀ କରିବାକୁ ଯୋଜନା କରୁଛନ୍ତି କି?

ଗତ କିଛି ମାସ ଧରି ରାଜନୀତିଠାରୁ ବହୁ ଦୂରରେ ଥିବା ପଶୁପତି ପାରସଙ୍କୁ ଭାଜପା ଖୁବ ଶୀଘ୍ର କୌରସି ରାଜ୍ୟର ରାଜ୍ୟପାଳ କିମ୍ବା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ବୋର୍ଡର ଅଧ୍ୟ୪ ଦାୟିତ୍ୱ ଦେଇପାରେ। ଯାହାକୁ ନେଇ ଭାଜପା ଦେଖେଇବାକୁ ଚାହୁଁଛି ଯେ, ପଶୁପତି ଏବେ ଚିରାଗଙ୍କ ସମସ୍କନ୍ଦ ଅଟନ୍ତି। ଏବଂ ଏହା ପରେ ଚିରାଗଙ୍କୁ ନିୟନ୍ତ୍ରଣ କରିବା ସୁବିଧା ହେବ।

ଗତ କିଛି ଦିନ ତଳେ ଚିରାଗ ପାସୱାନ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିରୋଧ କରିଥିଲେ ଯେପରିକି ସରକାରୀ ଚାକିରିରେ ଲାଟେରାଲ ଏଣ୍ଟ୍ରି ଓ ୱାକଫ ବିଲ। କେବଳ ଏତିକି ନୁହେଁ, ଅନୁସୂଚିତ ଜାତି ଏବଂ ଜନଜାତି କୋଟାରେ ଉପ ବର୍ଗ ଏବଂ କ୍ରିମି ଲେୟାର ଚିହ୍ନଟ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚିରାଗ ମଧ୍ୟ ବିରୋଧ କରିଥିଲେ।

ଏଥିରୁ ସ୍ପଷ୍ଟ ଯେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବାରୁ ଚିରାଗଙ୍କୁ ନେଇ ଭାଜପା ଏବେ ଅସହଜ ମନେ କରୁଛି। ଚିରାଗକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଶୁପତିଙ୍କୁ ପୁରିଥରେ ସକ୍ରିୟ କରିବାକୁ ଭାଜପା ବଡ଼ ଗେମ୍‌ ଖେଳିବାକୁ ଯାଉଛି। କାରଣ ଚିରାଗଙ୍କ ମାମୁଁଙ୍କ ସହ ପୁରୁଣା ଶତ୍ରୁତା ରହିଛି। ପାରସଙ୍କୁ ବଡ଼ ପଦବୀରେ ନିଯୁକ୍ତ କରି କେନ୍ଦ୍ର ଚିରାଗ ପାସୱାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେ ସରକାରଙ୍କ ନିଷ୍ପତ୍ତିରେ ଅଧିକ ହସ୍ତକ୍ଷେପ କରନ୍ତୁ ନାହିଁ।

ସୂଚନାତାଉ କି, ଗତ କିଛି ମାସ ଧରି ପଶୁପତି ରାଜନୀତିରେ ସକ୍ରିୟ ହୋଥିଲେ। ଏନଡିଏର ଏକ ଅଂଶ ହୋଇଥିଲେ ମଧ୍ୟ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାଜପା ତାଙ୍କୁ ଗୋଟିଏ ବି ଆସନ ଦେଇ ନ ଥିଲା। ଯାହାକୁ ନେଇ ଯଦିଓ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ, ତଥାପି ସେ ଏନଡିଏର ଅଂଶ ହୋ ରହିଥିଲେ। ତେବେ କିଛି ଦିନ ପୂର୍ବରୁ ସେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ, ପରେ ତାଙ୍କୁ କିଛି ବଡ ପଦରେ ନିଯୁକ୍ତ କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନ ରାହୁଲ ଗାନ୍ଧୀ ହେବାକୁ ଚାହେଁ: କାହିଁକି ଏଭଳି କହିଲେ ବନସୁରୀ ସ୍ବରାଜ

ନୂଆଦିଲ୍ଲୀ,୧୯।୯: ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ପରେ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଅରବିନ୍ଦଙ୍କ ଇସ୍ତଫା ଏବଂ ଅତିଶୀ ଦିଲ୍ଲୀର ନୂଆମୁଖ୍ୟ ମନ୍ତ୍ରୀ ହେବାକୁ ନେଇ ସ୍ବର୍ଗତ ସୁଷମା...

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

ରାହୁଲଙ୍କୁ କାହିଁକି ଭାଇରସ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ୨୫ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶେରାୱାଲି କହି ରାଲିରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri