Categories: ଜାତୀୟ

ଜେପି ନଡ୍ଡାଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୨୭।୨: ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଟୁଇଟର୍‌ ଆକାଉଣ୍ଟ ରବିବାର ହ୍ୟାକ ହୋଇଛି। ଆକାଉଣ୍ଟ ହ୍ୟାକ୍‌ କରିବା ପରେ ହ୍ୟାକର୍‌ ‘ସରି’ ଲେଖିଛନ୍ତି। ଏହା ସହ ତାଙ୍କ ଟୁଇଟର ଆକାଉଣ୍ଟରୁ ଗୋଟିଏ ପରେ ଗୋଟିଏ ରୁଷିଆ ଏବଂ ୟୁକ୍ରେନକୁ ଦାନ କରିବା ନେଇ ଟୁଇଟ କରିଛନ୍ତି।
ଏହାପରେ ଅବଶ୍ୟ ତାଙ୍କ ଆକାଉଣ୍ଟକୁ ରିଷ୍ଟୋର୍‌ କରାଯାଇଛି। ଏହାପୂର୍ବରୁ ଜେପି ନଡ୍ଡା ୟୁପି ବିଧାନସଭା ନିର୍ବାଚନକୁ ନେଇ ଟୁଇଟ୍‌ କରିଥିଲେ। ରବିବାର ସକାଳେ ନଡ୍ଡା, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ନିର୍ବାଚନକୁ ନେଇ ଟୁଇଟ୍‌ କରିଥିଲେ।

 

Share