ବିଜେଡିକୁ କାଉଣ୍ଟର କରିବା ପାଇଁ ଭାଜପାର ପ୍ରେସମିଟ୍‌

ଭୁବନେଶ୍ୱର,୮।୫: ବିଜେଡି ନେତା କାର୍ତ୍ତିକ କାଣ୍ଡିଆନଙ୍କ ପାହାନ୍ତିଆ ପ୍ରେସମିଟ୍‌ ପରେ ଏହାର କାଉଣ୍ଟର ଆଟାକ୍‌ କରିଛି ଭାରତୀୟ ଜନତା ପାର୍ଟି। ଭାଜପାର ପ୍ରେସମିଟ୍‌ କରି ସମୀର ମହାନ୍ତି କହିଛନ୍ତି, ମୋଦି ଦେଶବାସୀଙ୍କ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨ ଟି ପ୍ରତିଶ୍ରୁତି ପୂରଣ କରିସାରିଲେଣି । ଏଥିରେ ରହିଛି କଶ୍ମୀରରୁ ୩୭୦, ୩୫ ‘ଏ’ ଧାରା ଉଚ୍ଛେଦ, ସମାନ ନାଗରିକ ସଂହିତା ଲାଗୁ, ରାମ ମନ୍ଦିର ପ୍ରତିଷ୍ଠା, ପ୍ରତି ଘରକୁ ପାଣି ଯୋଜନାକୁ ସଫଳ ରୂପାୟନ କରିପାରିଛନ୍ତି ।

ଏସବୁ ପ୍ରତିଶୁତି ଭିତରେ ରହିଛି ଓଡିଶାର କଥା । ତେବେ, ରାଜ୍ୟରେ ଭାଜପା ସରକାର ଗଠନ ହେଲେ ଗ୍ରାମାଞ୍ଚଳର ବିକାଶ ସହ ସହରାଞ୍ଚଳ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଭାଜପା ସରକାର ଆସିଲେ ଟ୍ବିନ ସିଟିରେ ମୁଖ୍ୟତଃ ବର୍ଜ୍ୟବସ୍ତୁ ପରିଚାଳନା, ବର୍ଷା ଜଳ ପରିଚାଳନା, ଭୂତଳ ଜଳ ପରିଚାଳନା , ସହରବାସୀଙ୍କ ସୁସ୍ଥ ଜୀବନ ଆଦିକୁ ଗୁରୁତ୍ୱ ଦିଆଯିବ । ଭାଜପା ସରକାର ରାଜ୍ୟର ଗ୍ରାମବାସୀଙ୍କ ସହ ସହରାଞ୍ଚଳବାସୀଙ୍କ ପାଇଁ ସୂର୍ଯ୍ୟ ଘର ବ୍ୟବସ୍ଥା କରିଛନ୍ତି । ଫଳରେ ସେମାନଙ୍କ ଉପରେ ବିଦ୍ୟୁତ ବିଲ ବୋଝ ଆଉ ପଡିବ ନାହିଁ ।

Share