ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା। କିନ୍ତୁ ପରେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କଲେ। ଏପରି କି ଭାଜପା ପକ୍ଷରୁ ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଗଲା। ହେଲେ ଏହାପରଠାରୁ ଦଳ ଆଉ ପ୍ରାର୍ଥୀ ତାଲିକାକୁ ନେଇ ଆଗେଇପାରି ନାହିଁ କି ବାକି ଲୋକ ସଭା ଆସନ ଏବଂ ଗୋଟିଏ ହେଲେ ବି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ଏଣେ ବିଜେଡି ୧୫ ଲୋକ ସଭା ଆସନ ସହ ଏକାବେଳେ ୭୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଲାଣି। ବିଜେଡିର ଏହି ପଦକ୍ଷେପ ପରେ ଅନୁଗୋଳ ଜିଲାରେ ବିଜେଡି ପ୍ରାର୍ଥୀମାନେ ଏବେ ଲୋକଙ୍କ ନିକଟକୁ ଯିବା ଆରମ୍ଭ କଲେଣି। ହେଲେ ବିଧାନସଭା ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ଭାଜପା ପଛରେ ପଡ଼ିଥିବାରୁ ଅନୁଗୋଳ ଜିଲାର ଭାଜପା ଆଶାୟୀମାନଙ୍କ ନିଦ ହଜିଯାଇଛି। ଜିଲାର କେଉଁ ଆସନରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ମଧ୍ୟ କର୍ମୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ଅନୁଗୋଳ ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀମାନେ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ନିର୍ବାଚନୀ ଯୁଦ୍ଧରେ ଭାଜପାର ୫ ପ୍ରାଥର୍ର୍ୀ ପରାଜିତ ହୋଇଥିଲେ। ହେଲେ ଚଳିତ ନିର୍ବାଚନରେ ଭାଜପା ସମ୍ବଲପୁର ଲୋକ ସଭା ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲା ଭାଜପା ଶିବିରରେ ଉତ୍ସାହ ଖେଳିଯାଇଛି। କାରଣ ସମ୍ବଲପୁର ଲୋକ ସଭା କ୍ଷେତ୍ର ମଧ୍ୟରେ ଅନୁଗୋଳ ଜିଲାର ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ ଆସୁଛି। ତେଣୁ ଏହି ୨ ବିଧାନସଭା କ୍ଷେତ୍ରରୁ ଭାଜପା ଟିକେଟ୍‌ ଆଶାୟୀ ନେତାମାନେ ଦଳୀୟ ପ୍ରାର୍ଥୀ ଘୋଷଣାକୁ ଆତୁର ହୋଇ ଚାହିଁ ରହିଛନ୍ତି। ଦଳ ଏଠାରେ ପୁରୁଣା ମୁହଁଙ୍କୁ ଆଉଥରେ ଭରସା କରିବ ନା ଅମଳ ନେତାଙ୍କୁ ଆଣି ଛିଡ଼ା କରିବ, ତାହାକୁ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଥିବାରୁ ଏହି ନେତାମାନେ ଚିନ୍ତାରେ ପଡ଼ିଥିବା କୁହାଯାଉଛି। ଅନୁଗୋଳ ବିଧାନସଭା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। ଫଳରେ ଦଳର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ଚୁପ୍‌ ହୋଇ ଦଳର ତାଲିକାକୁ ଅପେକ୍ଷା କରିଥିବା ସମର୍ଥକମାନେ କୁହାକୁହି ହେଉଛନ୍ତି। ସେହିପରି ତାଳଚେର, ପାଲଲହଡ଼ାରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଏଯାଏ ସ୍ଥିର କରିପାରି ନ ଥିବା କୁହାଯାଉଛି। ହେଲେ ଆଠମଲ୍ଲିକରେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁଙ୍କ ସପକ୍ଷରେ ଅଧିକ ଆଲୋଚନା ହେଉଥିବାରୁ ସେ ସାମାନ୍ୟ ଆଶ୍ୱସ୍ତ ଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

କେନ୍ଦୁଝର,୨୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଶିକ୍ଷକ ଭବନରେ କାର୍ଯ୍ୟକାରୀ ସଭାପତି...

ସକାଳୁ ସକାଳୁ ମହୁଲ ଫୁଲ ସଂଗ୍ରହ କରିବାରେ ବ୍ୟସ୍ତ ଲୋକେ

ଖଜୁରୀପଡ଼ା, ୨୧।୩ (ବିଦୁର ବେହେରା): ଆସିଛି ଫଗୁଣ ମାସ ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଦେଖାଯାଉଛି। ଏହି ମାସରେ ମହୁଲ ଗଛରେ ମହୁଲ ଫୁଲ ହୋଇ...

ଟାଟା ଷ୍ଟିଲ୍‌ରେ ଅଘଟଣ: ୮ ଶ୍ରମିକ ଆହତ

ଯାଜପୁର,୨୧।୩: ଯାଜପୁର ଜିଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି।...

ଛେଚିବ କୁଆପଥର ବର୍ଷା: ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର,୨୧ା୩: ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ୯ ଜିଲାରେ କୁଆପଥର ବର୍ଷା ନେଇ ଅନୁମାନ କରାଯାଛି। ଏହାସହ ୩ ଜିଲାରେ...

ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି: କଟାକ୍ଷ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୧।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ନେତୃତ୍ୱରେ ଶନିବାର ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ...

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ।...

SC, ST ଇଞ୍ଜିନିୟରଙ୍କ ଅଣସଂରକ୍ଷିତ ପଦବୀରେ ପଦୋନ୍ନତି ସ୍ଥଗିତ

କଟକ,୨୧ା୩: ସାଧାରଣ ବର୍ଗର ଇଞ୍ଜିନିୟରମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରି, ଓଡ଼ିଶା ହାଇକୋର୍ଟ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ପଦବୀରେ ପଦୋନ୍ନତି ପ୍ରଦାନ ପାଇଁ ପୂର୍ତ୍ତ...

ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ

ଖପ୍ରାଖୋଲ,୨୧।୩: ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଧୀନ ପୁଟୁଳାମହୁଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସାଙ୍ଗଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image