ଧାନ କିଣାରେ ଦୁର୍ନୀତି, ହେରଫେର ପ୍ରତିବାଦରେ ତେଜିଲା ଭାଜପା

ବାଲେଶ୍ୱର,୩୦।୧: ରାଜ୍ୟରେ ହେଉଥିବା ଧାନ କିଣାରେ ବ୍ୟାପକ ଦୁର୍ନୀତି, ହେରଫେର ଏବଂ ଧାନର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥର ବାଟ ମାରଣା ପ୍ରତିବାଦରେ ବାଲେଶ୍ୱର ଜିଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କୃଷକ ମୋର୍ଚ୍ଚା ଜିଲା ସଭାପତି ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ବାଲେଶ୍ୱର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବା ସହ ସିବିଆଇ ତଦନ୍ତ ଦାବିକରି ଉପଜିଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଆଗାମୀ ଦିନରେ ଏହାର ପ୍ରତିବାଦରେ ରାଜ୍ୟସାରା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କୃଷକ ମୋର୍ଚ୍ଚା ନେତୃବୃନ୍ଦ ପ୍ରକାଶ କରିଛନ୍ତି।

ଏଥିରେ କୃଷକମୋର୍ଚ୍ଚା ଜିଲା ସଭାପତି ଅନିଲ କୁମାର ସାହୁ, ରାଜ୍ୟ ସଂଯୋଜକ ତଥା ପୂର୍ବତନ ଜିଲା ପରିଷଦ ସଦସ୍ୟ ଅଜୟ କୁମାର ସାହୁ, ରାଜ୍ୟ ସଂଯୋଜକ କୈଳାଶ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୈରାଗୀ ବେହେରା, ଜିଲା ଉପ ସଭାପତି ରତ୍ନାକର କୁହ୍ଲାରୀ, ଧ୍ରୁବ ନାୟକ, ସତ୍ୟରଞ୍ଜନ ମଣ୍ଡଳ, କୌଶିକ ଚାନ୍ଦ, ପିଣ୍ଟୁ ଆଚାର୍ଯ୍ୟ, ରଜତ ଦାସ, ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ର, ଜିଲା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ, ନାରାୟଣ ମହନ୍ତ, ପରମାନନ୍ଦ ମହାପାତ୍ର, ସୁମନ୍ତ ମହାଳିକ, ନିରାକାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।