ବନ୍ତ,୯।୧୦(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଭାଜପା ପକ୍ଷରୁ ବିଭିନ୍ନ ଦୁର୍ନୀତି ବିରୋଧରେ ଶୁକ୍ରବାର ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି। ଭାଜପା ନେତା ବଦ୍ରି ନାରାୟଣ ଧଳ ଓ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜଳସେଚନ ଡାକବଙ୍ଗଳାଠାରୁ ଶୋଭାଯାତ୍ରାରେ ବାହାରି ନାରାବଜି ଦେଇ ବ୍ଲକ କାର୍ଯ୍ୟାଳୟଠାରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ । ପରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।