ଭାଜପା ପକ୍ଷରୁ ବିଦ୍ୟୁତ୍‌ ଅଫିସ ଆଗରେ ବିକ୍ଷୋଭ

ବୁଗୁଡା,୧୯।୭(ଡି.ଏନ୍‌.ଏ.): ମହାମାରୀ କରୋନା ସଙ୍କଟ ସମୟରେ ରାଜ୍ୟ ସରକାରଙ୍କ ଅଘୋଷିତ ବିଦ୍ୟୁତ୍‌ କାଟ ଓ ଆହେତୁକ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଗଞ୍ଜାମ ଜିଲା ବୁଗୁଡ଼ା ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି। ଘୁମୁସର ଜିଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଜିଲା ଉପସଭାପତି ପ୍ରଭାକର ପଣ୍ଡା, ନଗର ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି, ଗଙ୍ଗାଧର ନାୟକ ପ୍ରମୁଖ ବହୁ ନେତା ଓ କର୍ମୀ ବିଦ୍ୟୁତ୍‌ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Share