ଟାଟା ପାୱାର ଅଫିସ ଆଗରେ ଭାଜପାର ବିକ୍ଷୋଭ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

ବ୍ରହ୍ମପୁର,୧୬ା୬(ନରସିଂହ ସାହୁ): ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବ୍ରହ୍ମପୁରସ୍ଥିତ ଟାଟା ପାୱାର ଦକ୍ଷିଣାଞ୍ଚଳ କର୍ପୋରେଟ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନକାରୀ ଅଫିସ ଭିତରକୁ ପଶିବା ଉଦ୍ୟମ ବେଳେ କମ୍ପାନୀର ସୁରକ୍ଷା କର୍ମୀ ଓ ଉପସ୍ଥିତ ପୋଲିସ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଦୀର୍ଘ ସମୟ ଧରି ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଟାଟା ପାୱାର ପଦାଧିକାରୀ ବିକ୍ଷୋଭସ୍ଥଳକୁ ଆସି ଦାବିପତ୍ର ନେବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଦାବି ପୂରଣ ଲାଗି ପଦକ୍ଷେପ ନିଆଯିବ ବୋଲି ଟାଟା ପାୱାର କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି।

Share