ଆଇନମନ୍ତ୍ରୀଙ୍କ ଗିରଫ ଦାବିରେ ଭାଜପାର ରାଲି

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ମହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗରେ ଭାଜପା ପକ୍ଷରୁ ତାଙ୍କୁ ଗିରଫ କରାଯିବାକୁ ଦାବି କରାଯାଉଛି । ଏ ନେଇ ଶନିବାର ଭାଜପା ପକ୍ଷରୁ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ସଦ୍‌ଭାବନା ପଦଯାତ୍ରା ଆରମ୍ଭ ହୋଇଛି । ଭାଜପା ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଆରମ୍ଭ ହୋଇଛି । ଏଥିରେ ଲେଖାଶ୍ରୀ ସାମନ୍ତସିଂହାର ଓ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ବହୁ କର୍ମୀ ସାମିଲ ହୋଇଛନ୍ତି ।

Share