Categories: ଜାତୀୟ

ଭାଜପାକୁ ମିଳିଛି ୪୭୭ କୋଟି ଚାନ୍ଦା

ନୂଆଦିଲ୍ଲୀ,୧ା୬(ପି.ଟି.): ଆର୍ଥିକ ବର୍ଷ ୨୦୨୦-୨୧ରେ ଭାଜପାକୁ ୪୭୭.୫ କୋଟି ଟଙ୍କା ଚାନ୍ଦା ମିଳିଛି। ଏହି ସମୟରେ ବିରୋଧୀ ଦଳ କଂଗ୍ରେସ ୭୪.୫୦ କୋଟି ଟଙ୍କା ପାଇଛି, ଯାହା କି ଶାସକ ଦଳ ପାଇଥିବା ଚାନ୍ଦାର ମାତ୍ର ୧୫%। ମଙ୍ଗଳବାର ନିର୍ବାଚନ କମିଶନ ଏହି ଦୁଇ ଦଳର ଆୟ ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି। ଉକ୍ତ ରିପୋର୍ଟ ଅନୁଯାୟୀ ଭାଜପା ବିଭିନ୍ନ ସଂସ୍ଥା, ଇଲେକ୍ଟୋରାଲ ଟ୍ରଷ୍ଟ ଏବଂ ବ୍ୟକ୍ତିବିଶେଷଙ୍କଠାରୁ ମୋଟ ୪,୭୭,୫୪,୫୦,୦୭୭ ଟଙ୍କା ଚାନ୍ଦା ଗ୍ରହଣ କରିଛି। ସେହିପରି କଂଗ୍ରେସ ୭୪,୫୦,୪୯,୭୩୧ ଟଙ୍କା ସଂଗ୍ରହ କରିଛି। ନିର୍ବାଚନ ଆଇନର ବ୍ୟବସ୍ଥା ଅନୁଯାୟୀ ଦଳଗୁଡ଼ିକ ୨୦ ହଜାରରୁ ଅଧିକ ଟଙ୍କା ଚାନ୍ଦା ଗ୍ରହଣ ରିପୋର୍ଟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ହେବ।

Share