Posted inଜାତୀୟ

ଭାଜପାର ନିର୍ବାଚନୀ ଇସ୍ତାହାର ଜାରି: ଦେଲେ ପୁଳାପୁଳା ପ୍ରତିଶ୍ରୁତି

ଗ୍ୟାଙ୍ଗଟକ୍‌,୧୧।୪: ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ଭାଜପା ଗୁରୁବାର ନିଜର ଇସ୍ତାହାର ଜାରି କରିଛି। ଦଳର ସଭାପତି ଜେପି ନଡା ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକ୍‌ରେ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି। ନଡା କହିଛନ୍ତି,ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ତାଙ୍କର ଦୃଷ୍ଟିକୋଣ ହେଉଛି ଦେଶର ପ୍ରତ୍ୟେକ କୋଣରେ ସଂଯୋଗ ରହିବା ଉଚିତ୍‌। ଗତ ୧୦ ବର୍ଷ ମଧ୍ୟରେ ସିକ୍କିମରେ ଘଟିଥିବା ପରିବର୍ତ୍ତନଗୁଡିକ ନିଜେ ଦେଖିପାରିବେ। ଏପ୍ରିଲ ୧୯ରେ ୩୨ଟି ବିଧାନସଭା ଆସନ ଏବଂ ସିକ୍କିମର ଗୋଟିଏ ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ।
ଘୋଷଣା ପତ୍ର ପ୍ରକାଶ କରି ନଡା କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଉତ୍ତର-ପୂର୍ବରେ ମୋଦି ଜିଙ୍କ ଦ୍ୱାରା ୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ‘ଲୁକ ଇଷ୍ଟ, ଆକ୍ଟ ଇଷ୍ଟ’ ନୀତି ପ୍ରସ୍ତୁତ କରିଥିଲେ। ସିକ୍କିମରେ ପ୍ରାୟ ୫୫ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।
ଜାଣନ୍ତୁ ଇସ୍ତାହାରରେ କ’ଣ ରହିଛି
ଜେପି ନଡା କହିଛନ୍ତି, ଆମେ ଧାରା ୩୭୧ଏଫ୍‌ର ଆତ୍ମା ଏବଂ ଏହାର ତତ୍ତ୍ୱଗୁଡ଼ିକୁ ସୁରକ୍ଷା ଦେବୁ।ତ୍‌
କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ଏକ ବିଶ୍ୱ ସ୍ତରୀୟ ପରିଚାଳନା ପ୍ରତିଷ୍ଠାନ, ଆଇଆଇଏମ ପ୍ରତିଷ୍ଠା ହେବ। ସିକ୍କିମରେ ଭାଜପା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଇନ ମଧ୍ୟ ନିର୍ମାଣ କରିବ।
ରାଜ୍ୟର ଯୁବକମାନଙ୍କୁ ସଶକ୍ତିକରଣ ତଥା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାଜପା ମଧ୍ୟ ନିଜର ଘୋଷଣା ପତ୍ରରେ ରାଜ୍ୟରେ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ ନିର୍ମାଣ କରିବାକୁ ଘୋଷଣା କରିଛି।
ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଚାଷୀଙ୍କୁ ବାର୍ଷିକ ୯,୦୦୦ ଟଙ୍କା ସହାୟତା ଦିଆଯିବ, ଯାହା ବର୍ତ୍ତମାନ ବାର୍ଷିକ ୬,୦୦୦ ଟଙ୍କା ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri