Categories: ଜାତୀୟ

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଭାଜପା, ଜାଣନ୍ତୁ କିଏ, କେଉଁଠୁ ପାଇଲେ ଟିକେଟ୍‌

ନୂଆଦିଲ୍ଲୀ,୧୦।୪: ଭାଜପା ଲୋକ ସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୯ ଟି ନାମ ଅଛି । ଭାଜପା ତାଲିକାରେ ୟୁପିର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଣ୍ଡିଗଡ଼ରୁ କିରଣ ଖେରଙ୍କ ଟିକେଟ୍‌ କାଟି ଦଳ ସଞ୍ଜୟ ଟଣ୍ଡନଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ ରୀତା ବହୁଗୁଣା ଯୋଶୀଙ୍କ ଟିକେଟ କାଟି ଆହ୍ଲାବାଦ ଆସନରୁ ନୀରଜ ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଛି।

ସଞ୍ଜୟ ଟଣ୍ଡନଙ୍କୁ ଚଣ୍ଡିଗଡ଼ରୁ ଟିକେଟ୍‌ ଦିଆଯାଇଛି। ଏହି ଆସନରୁ ଦୁଇଥର ଏମ୍‌ପି କିରଣ ଖେରଙ୍କ ଟିକେଟ୍‌ କଟାଯାଇଛି। ୨୦୧୪ ଏବଂ ୨୦୧୯ରେ ଦୁଇଥର ଲୋକ ସଭା ନିର୍ବାଚନରେ କିରଣ ଖେର ଜିତିଥିଲେ।

ୟୁପିର ମେନପୁରୀ ଆସନରୁ ଜୟବୀର ସିଂ ଠାକୁର, କୌଶାମ୍ବୀରୁ ବିନୋଦ ସୋନକର, ଫୁଲପୁରରୁ ପ୍ରବୀଣ ପଟେଲ, ଆହ୍ଲାବାଦରୁ ନୀରଜ ତ୍ରିପାଠୀ, ବାଲିଆରୁ ନୀରଜ ଶେଖର, ମଛଲିନଗରରୁ ବିପି ସରୋଜ ଏବଂ ଗାଜିପୁର ଆସନରୁ ପାରସ ନାଥ ରାୟଙ୍କୁ ଟିକେଟ୍‌ ଦିଆଯାଇଛି। ରୀତା ବହୁଗୁଣା ଯୋଶୀ ଆହ୍ଲାବାଦରୁ ଏମ୍‌ପି ଥିଲେ। ଆହ୍ଲାବାଦ ପ୍ରାର୍ଥୀ ନୀରଜ ତ୍ରିପାଠୀ ହେଉଛନ୍ତି ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପୁଅ। ଏହା ବ୍ୟତୀତ ପଶ୍ଚିମବଙ୍ଗର ଆସାନସୋଲ ସିଟରୁ ଏସ.ଏସ ଅହଲୁୱାଲିଆଙ୍କୁ ଟିକେଟ୍‌ ଦିଆଯାଇଛି। ଭାଜପା ପୂର୍ବରୁ ଭୋଜପୁରୀ ତାରକା ପୱନ ସିଂଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ସେ ଟିକେଟ୍‌ ଫେରସ୍ତ କରିଦେଇଥିଲେ। ଟିଏମସି ଏହି ଆସନରୁ ଅଭିନେତା ଶତୃଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରିଛି।

Share