Categories: ଜାତୀୟ

ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ନୂଆ ତାଲିକା ପ୍ରକାଶ କଲା ଭାଜପା, ରହିଛି ଏହିମାନଙ୍କ ନାଁ

ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମ ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଭାଜପା ସୋମବାର ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରି ନେଇଥିଲା।

ପ୍ରାର୍ଥୀ ତାଲିକା ପ୍ରତ୍ୟାହାର ପରେ ଭାଜପା ଆଉ ଏକ ନୂଆ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯାଇଛି। ସକାଳେ ଭାଜପା ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିବା ବେଳେ ଏହି ନୂଆ ତାଲିକା ପ୍ରକାଶ ପାଇଛି। ତେବେ ଏହି ତାଲିକା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରାଯାଇଥିଲା। ଏହା ପରେ ତାଲିକାରେ ଉନ୍ନତି ସହିତ ଏହାକୁ ପୁନଃ ପ୍ରକାଶ କରାଯିବ ବୋଲି କୁହାଯାଇଥିଲା।

ସୂଚନା ଥାଉକି, ପ୍ରଥମ ତାଲିକା ସକାଳ ପ୍ରାୟ ୧୦ଟାରେ ପ୍ରକାଶ ପାଇଥିଲା। ପରେ ମଧ୍ୟାହ୍ନ ୧୨ ଟାରେ ଏହାକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପରିବର୍ତ୍ତନ ସହିତ ଏକ ନୂତନ ତାଲିକା ପ୍ରକାଶ କରିବା ବିଷୟରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହିପରି ଭାବରେ ମାତ୍ର ୨ ଘଣ୍ଟା ମଧ୍ୟରେ ତାଲିକା ପ୍ରତ୍ୟାହାର କରାଯାଇଥିଲା। ତା’ପରେ ପ୍ରାୟ ଅଧ ଘଣ୍ଟା ପରେ ଏକ ନୂତନ ତାଲିକା ପ୍ରକାଶ ପାଇଲା, ଯେଉଁଥିରେ ୧୫ ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ପୂର୍ବରୁ ପ୍ରକାଶ ପାଇଥିବା ତାଲିକାରେ ତିନିଟି ପର୍ଯ୍ୟାୟ ପାଇଁ ୪୪ ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା। ନୂତନ ତାଲିକାରେ କେବଳ ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣଙ୍କ ନାଁ ରହିଛି।

ପ୍ରକାଶ ପାଇଥିବା ଭାଜପାର ପ୍ରାର୍ଥୀଙ୍କ ନୂଆ ତାଲିକାରେ ୮ ଜଣ ମୁସଲମାନ ପ୍ରାର୍ଥୀଙ୍କୁ ମଧ୍ୟ ଟିକେଟ୍‌ ଦିଆଯାଇଛି। ଏହି ଆସନଗୁଡ଼ି ଯେଉଁଠାରେ ଏହି ମୁସଲମାନ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେମାନେ କଶ୍ମୀର ଉପତ୍ୟକାରେ ରହିଛନ୍ତି। ଇଞ୍ଜିନିୟର ସୟଦ ଶୌକତ ମୟୂର ଆଣ୍ଡ୍ରାବୀ, ଆର୍ସିଦ୍ଦ ଭଟ୍ଟ, ଜାଭେଦ ଅହମ୍ମଦ କାଦ୍ରି, ମହମ୍ମଦ ରଫିକ୍‌ ଓ୍ବାନି, ଆଡ୍‌ଭୋକେଟ ସୟଦ ଓ୍ବଜାହତ, ସୋଫି ୟୁସୁଫ୍‌, ତାରିକ କିନ୍‌, ବୀର ସରାଫ୍‌ଙ୍କୁ ବିଭିନ୍ନ ଆସନରେ ଟିକେଟ୍‌ ଦିଆଯାଇଛି।

ସେହିପରି ଶଗୁନ ପରିହାର, ସୁନୀଲ ଶର୍ମା, ଦିଲୀପ ସିଂହ ପରିହାର, ସଞ୍ଜୟ ସିଂ ରାଣା, ଶକ୍ତରାଜ ପରିହାର ଏବଂ ରାକେଶ ଠାକୁର, ସଲିମ ଭଟ୍ଟଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ।

Share