Advertisement

ମହାରାଷ୍ଟ୍ରରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଭାଜପା, ଏହି ହେଭିଓ୍ବେଟ୍‌ ନେତାଙ୍କୁ ମିଳିଛି…

ମୁମ୍ବାଇ,୨୦ା୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଦଳ ୯୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ନାଗପୁର ଦକ୍ଷିଣ-ପଶ୍ଚିମରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ୍‌ ଏବଂ କାମାଥି ବିଧାନସଭା ଆସନରୁ ଦଳର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଓ୍ବ୍‌ନକୁଲେଙ୍କୁ ଭାଜପା ଟିକେଟ୍‌ ଦେଇଛି।

ଭାଜପା ପ୍ରାର୍ଥୀ କରିଥିବା ୯୯ଟି ସିଟ୍‌ ମଧ୍ୟରେ ନାଗପୁର ଦକ୍ଷିଣ ପଶ୍ଚିମ ସିଟ୍‌ ଚର୍ଚ୍ଚାରେ ରହିଛି। ଯେଉଁଠାରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାଗପୁର ଦକ୍ଷିଣ ପଶ୍ଚିମ ଆସନ ୨୦୦୯ରେ ସୃଷ୍ଟି ହୋଇଥିଲା, ସେବେଠାରୁ କେବଳ ଦେବେନ୍ଦ୍ର ହିଁ ଏଠାରେ ନିର୍ବାଚନରେ ବିଜୟୀ ହୋଇଥିଲେ। ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାଓ୍ବନକୁଲେ କାମାଥିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚାଭନଙ୍କ ଝିଅ ଶ୍ରୀଜୟା ଅଶୋକ ଚାଭନଙ୍କୁ ଭୋକରରୁ ଟିକେଟ୍‌ ଦିଆଯାଇଛି। ଏହି ଆସନକୁ ଅଶୋକ ଚାଭନ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share