Categories: ଜାତୀୟ

ପଶ୍ଚିମବଙ୍ଗ, ଆସାମ ନିର୍ବାଚନ ପାଇଁ ଭାଜପାର ଷ୍ଟାର ପ୍ରଚାରକ ତାଲିକା ଘୋଷିତ

ନୂଆଦିଲ୍ଲୀ,୧୦।୩: ଭାଜପା ବୁଧବାର ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ୟ ମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ ବହୁ ବିଶିଷ୍ଟ ନେତାଙ୍କ ନାମ ରହିଛି।
ପଶ୍ଚିମବଙ୍ଗ ପାଇଁ ଦଳର ଷ୍ଟାର ପ୍ରଚାରକମାନେ ହେଲେ ରାଜନାଥ ସିଂ, ନିତିନ ଗଡକରୀ, ଅର୍ଜୁନ ମୁଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, କୈଲାଶ ବିଜୟବର୍ଗିଆ, ଶିବପ୍ରକାଶ, ମୁକୁଲ ରୟ, ଦିଲୀପ ଘୋଷ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ, ଜୁଏଲ ଓରାମ, ରାଜୀବ ବାନାର୍ଜୀ, ଅରବିନ୍ଦ ମେନନ, ଅମିତ ମାଲାବିୟ, ବାବୁଲ ସୁପ୍ରିଓ, ଦେବଶ୍ରୀ ଚୌଧୁରୀ, ନରୋତ୍ତମ ମିଶ୍ର, ବାବୁଲାଲ ମାରାଣ୍ଡି, ରଘୁବର ଦାସ, ଲକେଟ ଚାଟାର୍ଜୀ, ରାଜୁ ବାନାର୍ଜୀ, ଅମିତାଭ ଚକ୍ରବର୍ତ୍ତୀ, କୁନୱାର ସରକାର, କୁନାର ହେମ୍ବରମ, ଯଶଦାସ ଗୁପ୍ତା, ଶ୍ରବନ୍ତୀ ଚାଟାର୍ଜୀ, ହିରେନ ଚାଟାର୍ଜୀ ଏବଂ ପାୟଲ ସାର୍କ।
ସେହିପରି ଆସାମ ପାଇଁ ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ ଦଳର ସମସ୍ତ ବରିଷ୍ଠ ନେତା ମଧ୍ୟ ଅନ୍ତର୍ଭୁକ୍ତ। ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଜେପି ନଡ୍ଡା, ରାଜନାଥ ସିଂ, ନିତିନ ଗଡକରୀ, ରଣଜିତ କୁମାର ଦାସ, ଅର୍ଜୁନ ମୁଣ୍ଡା, ନରେନ୍ଦ୍ର ସିଂ ତୋମାର, ସ୍ମୃତି ଇରାନୀ, ମୁଖତାର ଅବ୍ବାସ ନକଭିଙ୍କ ନାମ ରହିଛି।

Share