Categories: ଜାତୀୟ

ହଟିଲେ ଭାଜପା ଆଇଟି ସେଲ୍‌ ମୁଖ୍ୟ

ନୂଆଦିଲ୍ଲୀ,୮।୭: ମୁସଲମାନ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଟୁଇଟ୍‌ କରିଥିବା ଅଭିଯୋଗରେ ହରିୟାଣା ଭାଜପାର ଆଇଟି ସେଲ ମୁଖ୍ୟ ଅରୁଣ ଯାଦବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାଜପା। ତାଙ୍କୁ ପଦରୁ ହଟାଇ ଦିଆଯାଇଛି। ଅରୁଣ ଯାଦବଙ୍କୁ ଗିରଫ କରିବା ପାଇଁ ବାରମ୍ବାର ଦାବି ଉଠିବା ପରେ ଦଳ ତରଫରୁ ଏପରି ପଦକ୍ଷେପ ନିଆଯାଇଛି।
୨୦୧୭ ଏବଂ ମେ ୨୦୨୨ରେ ପୋଷ୍ଟ ହୋଇଥିବା ଯାଦବଙ୍କ କିଛି ଟୁଇଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ସମାଲୋଚକମାନେ ଯାଦବଙ୍କୁ ଫ୍ରଫେଟ୍‌ ମହମ୍ମଦ ଏବଂ ଇସଲାମ ଧର୍ମକୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ଏପରିକି ତାଙ୍କ ଗିରଫ ଦାବି ସୋସିଆଲ ମିଡିଆରେ ଉଠିଥିଲା। ଟୁଇଟର୍‌ରେ #ଆରେଷ୍ଟ ଅରୁଣ ଯାଦବ ଟ୍ରେଣ୍ଡ କରିବା ଆରମ୍ଭ କରିଛି।

Share