Posted inଜାତୀୟ

ମେହେବୁବାଙ୍କୁ ଜବାବ ଦେଲା ଭାଜପା

ନୂଆଦିଲ୍ଲୀ,୨୫ ।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ପୂବ;ତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଯେଭଳି ଟାର୍ଗେଟ କରିଥିଲେ ଏବେ ଏହାର ଜବାବ ରଖିଛି ଭାରତୀୟ ଜନତା ପାର୍ଟି(ଭାଜପା) । ମେହେବୁବାଙ୍କ ଝବାବ ଦେବାକୁ ଯାଇ ଭାଜପା ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ନିର୍ମଳ ସିଂ କହିଛନ୍ତି, ମେହେବୁବା ଏତେ ତଳକୁ ଖସିଯିବେ ତାହା ଆଦୌ ଗ୍ରହଣ କରାଯାଇ ନ ପାରେ ।
ନିର୍ମଳ ସିଂ କହିଛନ୍ତି, ତୁମେ ପ୍ରଧାନମନ୍ତ୍ରୀ ଓ ସରକାରଙ୍କୁ ଯାହା କହୁଛ କୁହ, ହେଲେ ରାଷ୍ଟ୍ରପତିଙ୍କୁ ଏଭଳି କହିବା ଗ୍ରହଣୀୟ ନୁହେଁ । ତହା ପୁଣି ଯେତେବେଳେ ରାଷ୍ଟ୍ରପତି ପଦ ଛାଡୁଛନ୍ତି । ଏହା ମୁଫତିଙ୍କ ଅଭ୍ୟାସରେ ପଡିଗଲାଣି ।
ସୂଚନାଯୋଗ୍ୟ, ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିସାରିଛନ୍ତି । ସେ ଶପଥ ନେବା ପରେ ପରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ସିଧାଳଖ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିଥିଲେ ।
ମୁଫତି ଟୁଇଟ କରି କହିଥିଲେ, ଆର୍ଟିକଲ ୩୭୦ ହେଉ, ନାଗରିକତା ଆଇନ(ସିଏଏ) ହେଉ ଅବା ସଂଖ୍ୟାଲଘୁ ଓ ଦଳିତଙ୍କୁ ଟାର୍ଗେଟ କରିବା ହେଉ, ରାମନାଥ କୋବିନ୍ଦ ସବୁବେଳେ ଭାରତୀୟ ସମ୍ବିଧାନ ନାମରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏଜେଣ୍ଡାକୁ ପୂରଣ କରି ଆସିଛନ୍ତି । ପୂର୍ବତନ ରାଷ୍ଟ୍ରପତି (ରାମନାଥ କୋବିନ୍ଦ) ତାଙ୍କ ପଛରେ ଏମିତି ଏକ ପରମ୍ପରା ଛାଡି ଯାଇଛନ୍ତି ଯେଉଁଠି ଭାରତୀୟ ସମ୍ବିଧାନକୁ ବହୁବାର ଦଳାଚକଟା କରାଯାଇଛି । ଏବେ ଏହାର ଜବାବ ରଖିି ଭାଜପା ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଘରେ ଏକୁଟିଆ ଥିବା ୪ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର: ପଡ଼ୋଶୀ ଗିରଫ

ମୁମ୍ବାଇ, ୨ା୧: ଦେହ ଭୋକରେ ୪ ବର୍ଷର ନିଷ୍ପାପ ଶିଶୁକୁ ଜଣେ ୨୮ ବର୍ଷୀୟ ପଡ଼ୋଶୀ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ...

ସ୍ପିଡ୍‌ ବ୍ରେକର ଅତିକ୍ରମ ବେଳେ ଜାର୍କିଂରେ ଫେରିଲା ହୃଦ୍‌ଘାତ ମୃତକଙ୍କ ଜୀବନ

ନୂଆଦିଲ୍ଲୀ,୨ା୧: ମହାରାଷ୍ଟ୍ର କୋହ୍ଲପୁର ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ହୃଦ୍‌ଘାତ ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶେଷକୃତ୍ୟ ପାଇଁ ପଣ୍ଡୁରଙ୍ଗ...

ଫେସବୁକ୍‌ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…

ଅଲିଗଡ଼/ଲାହୋର,୨।୧: ଫେସବୁକ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ...

ମ୍ୟାନେଜରଙ୍କୁ ହତ୍ୟା କଲେ ଦୁଇ ପୋଲିସ କନ୍‌ଷ୍ଟେବଳ

ନୂଆଦିଲ୍ଲୀ,୨ା୧: ହିମାଚଳପ୍ରଦେଶର ଡାଲ୍‌ହାଉସି ନିକଟ ବାନିଖେତ୍‌ର ଏକ ଘରୋଇ ରିସର୍ଟରେ ନୂଆବର୍ଷ ଉତ୍ସବ ପାଳନ ବେଳେ ଖାଦ୍ୟ ଓ ମଦ ପରିବେଷଣ କରିବାକୁ ନେଇ ପୋଲିସ...

‘ଆମରଣ ଅନଶନ’ରେ ବସିଲେ ପ୍ରଶାନ୍ତ କିଶୋର, ଜାଣନ୍ତୁ କାରଣ…

ପାଟନା,୨।୧: ବିହାର ଲୋକ ସେବା ଆୟୋଗ(ବିପିଏସ୍‌ସି) ପରୀକ୍ଷାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଏସବୁ ମଧ୍ୟରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଗୁରୁବାର...

ଆୟ କମ୍‌ ପାଇଁ ଋଣ ନେବାକୁ ବାଧ୍ୟ ହେଉଛନ୍ତି ଜନତା, ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨।୧: ୱାୟାନାଡ଼ ଏମ୍‌ପି ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନର ସରକାରଙ୍କ ଆର୍ଥିକ ନୀତି...

କଶ୍ମୀରକୁ ‘କାଶ୍ୟପ’ ନାମରେ ନାମିତ କରାଯାଇପାରେ… ଶାହାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨।୧: ବଦଳିପାରେ ଜମ୍ମୁ କଶ୍ମୀରର ନାମ। ଏହାକୁ କଶ୍ମୀର ନୁହେଁ ବରଂ କାଶ୍ୟପ ନାମରେ ନାମିତ କରାଯାଇପାରିବ ବୋଲି ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା...

ଗରିବଙ୍କୁ ଫ୍ଲାଟ, ମେଟ୍ରୋ-ହାଇଓ୍ବେ…ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ ଫୁଙ୍କିବେ ମୋଦି

ନୂଆଦିଲ୍ଲୀ,୨।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଦିଲ୍ଲୀକୁ ପ୍ରଦାନ କରିବେ। ଦିଲ୍ଲୀର ଅଶୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri