Categories: ଜାତୀୟ

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆରମ୍ଭ ପ୍ରଧାନମନ୍ତ୍ରୀ ହେଲେ ସାମିଲ

ନୂଆଦିଲ୍ଲୀ,୨୪ ।୭: ଭାରତୀୟ ଜନତାପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାଜପା ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମ।।ନ ଯୋଗ ଦେଇଛନ୍ତି । ଏହି ବୈଠକରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭାଜପା କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । କୁହାଯାଉଛି କି ଦଳର ଅଗାମୀ ରଣନୀତିକୁ ନେଇ ଏହି ବୈଠକ ଡକାଯାଇଛି ।
ସୂଚନାଯୋଗ୍ୟ, ଆଗାମୀ ଦିନରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୨୦୨୪ ଲୋକ ସଭା ନିର୍ବାଚନ ବି ରହିଛି । ଏହାରି ଭିତରେ ସମସ୍ତ ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସବୁ ରାଜ୍ୟର ବିକାଶ କାର୍ଯ୍ୟର ସମିକ୍ଷା କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Share