Categories: ଜାତୀୟ

ସହଯୋଗୀଙ୍କ ସହ ଭାଜପାର ଆସନ ବୁଝାମଣା ଫର୍ମୂଲା…

ନୂଆଦିଲ୍ଲୀ, ୧୩।୧ : ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ଏହାର ସହଯୋଗୀଙ୍କ ସହିତ ଆସନ ବୁଝାମଣା ଫର୍ମୂଲା ସ୍ଥିର କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆପନା ଦଳକୁ ୧୪ ଏବଂ ନିଶାଦ ପାର୍ଟିକୁ ୧୭ ଦେବାକୁ ଭାଜପା ସ୍ଥିର କରିଥିବା କୁହାଯାଉଛି। ଅବଶିଷ୍ଟ ଆସନରେ ଭାଜପା ନିଜର ପ୍ରାର୍ଥୀ ଦେବ। ପୂର୍ବରୁ ସହଯୋଗୀମାନେ ଅଧିକ ଆସନ ଦାବି କରୁଥିଲେ।

ବୁଧବାର-ଗୁରବାର ବିଳମ୍ବିତ ରାତିର ବୈଠକରେ ଆପନା ଦଳ ୨୫ ଏବଂ ନିଶାଦ ପାର୍ଟି ୩୦ ଆସନ ଦାବି କରୁଥିଲେ। କିନ୍ତୁ କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଫର୍ମୁଲା ଅନୁସାରେ ଆପନା ଦଳକୁ ୧୪ ଏବଂ ନିଶାଦ ପାର୍ଟିକୁ ୧୭ ଆସନ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଗତ ବିଧାନସଭା ନିର୍ବାଚନରେ ଆପନା ଦଳକୁ ୧୧ ଆସନ ଦିଆଯାଇଥିଲା। କିନ୍ତୁ ଏଥର ୩ ଆସନ ବୃଦ୍ଧି ଘଟିଛି।

ପ୍ରାର୍ଥୀ ତାଲିକା ପ୍ରକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।

Share