ବିଜେଡି ଅମଳରେ ଦରଦାମ୍‌ ଥିଲା ଆକାଶ ଛୁଆଁ: ଭାଜପା

ଭୁବନେଶ୍ୱର, ୪।୭(ସୁନିତ୍‌ ମିଶ୍ର)ଦରଦାମ ନିୟନ୍ତ୍ରଣ କରିବା ପାଇଁ ପ୍ରଳାପ କରୁଥିବା ବିଜେଡି ଗତ ୨୫ ବର୍ଷରେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିଲା। ଫଳରେ କିଛିବର୍ଷ ହେବ ପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଭାଜପା ମାତ୍ର ୨୧ ଦିନ ସରକାର ଗଠନ କରିଥିବା ବେଳେ ରାଜ୍ୟରେ ମୁଦ୍ରାସ୍ଫୀତି ଗତ ୬ ମାସ ହେବ ୭%ରୁ ଅଧିକ ରହିଛି। ବିଜେଡି ଅମଳରେ ଦରଦାମ୍‌ ଆକାଶ ଛୁଆଁ ଥିଲା। ଖାଲି ସେତିକି ନୁହେଁ, ତତ୍କାଳୀନ ବିଜେଡି ସରକାର କୁନି ପିଲାମାନଙ୍କ ଚାଉଳ ଓ ଡାଲି ସବୁ ଚଳୁ କରିଦେଇଛି। ମଧ୍ୟାହ୍ନଭୋଜନ ଚାଉଳ ଲୁଟ୍‌ କରି ନିଜର ପକେଟ ଗରମ କରିଛି। ମାତ୍ର ଅଳ୍ପଦିନ ତଳେ ଶାସନଭାର ସମ୍ଭାଳିଥିବା ଭାଜପା ସରକାର ଦରଦାମ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛି ବୋଲି ଭାଜପା ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କସ୍ତୁରୀ କହିଛନ୍ତି, ବିଜେଡି ସରକାର ସମୟରେ ଜଳସେଚନ ବ୍ୟବସ୍ଥା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏନେଇ ଚାଷୀମାନେ ଭଲ ଫସଲ ଉପତ୍ାଦନ କରିପାରୁ ନ ଥିଲେ। ଏପରିକି ଗତ ୨୫ ବର୍ଷ ମଧ୍ୟରେ ଗୋଟିଏ ହେଲେ ବି ଶୀତଳଭଣ୍ଡାର ଖୋଲିପାରିନାହିଁ। ଆଉ ଯେଉଁଠି ଶୀତଳଭଣ୍ଡାର ଥିଲା ସେଗୁଡ଼ିକ ଅଚଳ ହୋଇଯାଇଛି। ଫଳରେ ଆଳୁ, ପିଆଜ ଓ ପରିବା ଆଦି ପୂର୍ବରୁ ସଂରକ୍ଷିତ ରଖାଯାଇ ପାରୁନାହିଁ। ଏଥିପାଇଁ ଦରଦାମ ଦିନ ଦିନକୁ ବଢ଼ି ଚାଲିଛି। ଭାଜପା ସରକାର ଆସିବା ପରେ ଏହି ଅସୁବିଧାକୁ ହୃଦୟଙ୍ଗମକରି ପ୍ରତି ବ୍ଲକ୍‌ରେ ଶୀତଳଭଣ୍ଡାର ଖୋଲିବାକୁ ଯୋଜନା କରିଛି। ଅପରପକ୍ଷେ ମଣ୍ଡିରେ ଚାଷୀଙ୍କ ଧାନ କିଣିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥଲା। ଫଳରେ କଳାବଜାର ବଢ଼ିଚାଲିଥିଲା। ଏଥିଯୋଗୁ ଚାଷୀ ହତାଶ ହେଉଥିବାବେଳେ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡ଼ୁଥିଲା। ଚଳିତ ବର୍ଷ ଅଧିକ ଖରା ହୋଇଥିବାରୁ ଫସଲ ଭଲ ହୋଇପାରିନାହିଁ। ଭାଜପା ସରକାର ଆସିବା ପରେ ବଜାରର ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି। କଳାବଜାର ଉପରେ ରୋକ ଲଗାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଗୋଦାମ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଳାବଜାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଆଜ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ରରେ ଭାଜପା ସରକାର ୭୧ ହଜାର ଟନ୍‌ କିଣି ଷ୍ଟକ୍‌ ରଖିଛନ୍ତି। ଏହି ପିଆଜ ଦର ଯେପରି ଅଧିକ ନ ହେବ ସେଥିପାଇଁ ନାସିକରୁ ପିଆଜ କିଣାଯାଇ ରାଜ୍ୟରେ ଅଧିକ ଷ୍ଟକ୍‌ ରଖିବାକୁ ବ୍ୟବସ୍ଥା କରାଯାଇଛି। କେନ୍ଦ୍ରରେ ଭାଜପା ସରକାର କୃଷି ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହାର ଲାଭ ଓଡ଼ିଶାକୁ ମଧ୍ୟ ମିଳିବ ବୋଲି କସ୍ତୁରୀ କହିଛନ୍ତି।

ଭୁବନେଶ୍ୱର,୪ା୭(ଅନିଲ ଦାସ)ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିଯାଇଛି। ଡାଲି, ଚାଉଳ, ପନିପରିବା ଦର ଆକାଶଛୁଆଁ ହୋଇଛି। ହେଲେ ଦରଦାମ୍‌ ନିୟନ୍ତ୍ରଣ ନେଇ ଯୋଗାଣ ମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ।
ଦରଦାମ୍‌ ନିୟନ୍ତ୍ରଣରେ ସରକାର ଅସହାୟତା ପ୍ରକାଶ କରୁଛନ୍ତି।
ଯଦି ସରକାର ଦର ବୃଦ୍ଧି ନିୟନ୍ତ୍ରଣ ନ କରନ୍ତି, ତେବେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ବୁଧବାର ଶଙ୍ଖଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଭାଜପା ସରକାର ଦରଦାମ୍‌ ଆକାଶଛୁଆଁ କରିଛନ୍ତି। ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ। ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧିକୁ ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ମନ୍ତ୍ରୀ କହୁଛନ୍ତି ଦରଦାମ୍‌ରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଧାରଣ ଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ପ୍ରମିଳା କହିଛନ୍ତି। ସେହିପରି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ଅସାଧୁ ବେପାରୀଙ୍କ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିଚାଲିଛି। ବେଆଇନ ଭାବେ ସାମଗ୍ରୀ ଗଚ୍ଛିତ ରଖୁଥିବାରୁ ଦରଦାମ୍‌ ବୃଦ୍ଧି ଘଟିଛି। ରାଜ୍ୟରେ ଚାଉଳ ଦର ବଢୁଛି। ଦରବୃଦ୍ଧି ପ୍ରଭାବ ପିଲାଙ୍କ ମଧ୍ୟାହ୍ନଭୋଜନ ଉପରେ ପଡ଼ୁଛି ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ବିଜେଡି ପ୍ରଶ୍ନ କରିଛ। ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ଛୋଟ ଇଞ୍ଜିନ ସରକାର ବଡ଼ ଇଞ୍ଜିନର ସହାୟତା ମାଗନ୍ତୁ । ଦରବୃଦ୍ଧି ନିୟନ୍ତ୍ରଣ ନ କଲେ ବିଜେଡି ଆନ୍ଦୋଳନ କରିବ ବୋଲି ଲେଖାଶ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ସରକାରୀ ଜମି ଜବରଦଖଲ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୬।୭: ରାଜ୍ୟର ସମସ୍ତ ଜିଲାରେ ସରକାରୀ ଜମି ଜବରଦଖଲ ବଢି ଚାଲିଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସରକାର। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜବରଦଖଲକୁ...

ସୋମବାର ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୬ା୭(ଅସମାପିକା ସାହୁ) – ଚଳିତବର୍ଷ ଶ୍ରୀଜୀଉଙ୍କ ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ଚାଲିବ। ରବିବାର ସାପ୍ତାହିକ ଛୁଟି ଥିବାବେଳେ ସୋମବାର ରାଜ୍ୟର ସମସ୍ତ ସ୍କୁଲ,...

ଟଙ୍କା ବ୍ୟାଗ୍‌ ଫିଙ୍ଗି ଦୌଡ଼ିଥିଲେ ତହସିଲଦାର, ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍‌

ରାୟଗଡ଼ା,୬ା୭): ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ ହୋଇଛନ୍ତି। ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ...

ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ,୬।୭: ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଶନିବାର ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ...

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, ୬।୭: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଭୁବନେଶ୍ୱରରେ ହେବାକୁ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

ସ୍କୁଲ ଆସୁ ନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ: ୪ଦିନ ହେଲା ଝୁଲୁଛି ତାଲା

ଭଦ୍ରକ,୬।୭: ଭଦ୍ରକ ଜିଲା ବାସୁଦେବପୁରସ୍ଥିତି ଦଧିବାମନପୁର ସ୍କୁଲରେ ୪ଦିନ ହେଲା ତାଲା ଝୁଲୁଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢା ବନ୍ଦ ରହିଛି। ଏନେଇ ଅଭିଭାବକ ମହଳରେ...

ଆସିଲା ଖୁସିଖବର: ଜାଣନ୍ତୁ କେଉଁମାନେ ସାମିଲ ହେବେ ହେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ

ଭୁବନେଶ୍ୱର,୬।୭: କୃଷକଙ୍କ ପାଇଁ ଆସିଲା ଖୁସିଖବର। କୃଷକ ଭାଇ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଯୋଗ୍ୟ...

କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍‌ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ

ଭୁବନେଶ୍ୱର, ୬।୭: ମହାରାଷ୍ଟ୍ରର ପୁଣେସ୍ଥିତ ବେଲଓ୍ବୋଡ଼ି ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ସର୍ବଭାରତୀୟ ସିନିୟର ମହିଳା ରଗ୍‌ବୀ ୭ ଏସ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri