Categories: ଜାତୀୟ

ଚିରାଗ ପାସଓ୍ବାନ, ପଶୁପତି ପାରସ, ଉପେନ୍ଦ୍ର କୁଶଓ୍ବାହଙ୍କ ପାଇଁ ଭାଜପା ପ୍ରସ୍ତୁତ କଲା ସିଟ ଫର୍ମୁଲା, ମୁକେଶ ସହନିଙ୍କ ପାଇଁ ବି ସ୍ବତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୨୮।୭: ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏନଡିଏରେ ଯୋଗଦେଉଥିବା ନୂତନ ଦଳ ସହ ଆସନ ବାଣ୍ଟିବା ପାଇଁ ଦଳ ଏକ ସୂତ୍ର ଏବଂ ରଣନୀତି ପ୍ରସ୍ତୁତ କରିଛି। ନିକଟରେ ଏନଡିଏକୁ ଫେରିଥିବା ଚିରାଗ ପାସୱାନ ଏବଂ ତାଙ୍କ ମାମୁଁ ପଶୁପତି ପାରସଙ୍କ ମଧ୍ୟରେ ଏକ ଚୁକ୍ତି ହେବ ବୋଲି ଭାଜପା ମଧ୍ୟ ଆଶାବାଦୀ ରହିଛି।

ନିକଟରେ ଭାଜପା ଏନଡିଏକୁ ସମ୍ପ୍ରସାରଣ କରିଛି। ଦଳର ୩ ପୁରୁଣା ସାଥି ଆରଏଲଏସପିର ଉପେନ୍ଦ୍ର କୁଶୱାହ, ହମର ଜିତନ ରାମ ମାଞ୍ଜୀ ଏବଂ ଚିରାଗ ପାସୱାନ ଏନଡିଏରେ ଯୋଗ ଦେଇଛନ୍ତି। ବଡ ପ୍ରଶ୍ନ ହେଉଛି ଚିରାଗ ପାସୱାନ ଏବଂ ପଶୁପତି ପାରସ ଏକାଠି ହେବେ କି ନାହିଁ ଏବଂ ଯଦି ସେମାନେ ଆସନ୍ତି ତେବେ ଭାଜପା ସହିତ ସେମାନଙ୍କ ମଧ୍ୟରେ ସିଟ ଭାଗବଣ୍ଟାର ସୂତ୍ର କ’ଣ ରହିବ ତାକୁ ନେଇ ପ୍ରଶ୍ନ ଉପୁଜୁଛି।
ଭାଜପାର ଉଚ୍ଚ ପଦସ୍ଥ ସୂତ୍ର ଏଖ ଘରୋଇ ନ୍ୟୁଜ ଚ୍ୟାନେଲକୁ କହିଛି ଯେ ଉଭୟ ଚିରାଗ ପାସୱାନ ଏବଂ ପଶୁପତି ପାରସ ଏକାଠି ହୋଇପାରିବେ। ଏଥିପାଇଁ ଭାଜପା ପକ୍ଷରୁ ଉଦ୍ୟମ ଜୋରଦାର କରାଯାଇଛି। ଯଦି ଏହାକୁ ବିଶ୍ୱାସ କରାଯାଏ, ଯେତେବେଳେ ଚିରାଗ ପାସୱାନ ଏନଡିଏକୁ ଫେରିଥିଲେ, ତାଙ୍କୁ ଭାଜପା ନେତୃତ୍ୱ ୬ ଟି ଲୋକ ସଭା ଆସନ ପାଇଁ ଏକ ସୂତ୍ର ପ୍ରଦାନ କରିଥିଲେ।

Share