Categories: ଜାତୀୟ

ଆତିଶୀଙ୍କ ବଢିଲା ଅଡୁଆ, ମାନହାନୀ ନୋଟିସ୍‌ ପଠାଇଲା ଭାଜପା

ନୂଆଦିଲ୍ଲୀ,୩।୪: ଆମ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ବଢିଲା ଅଡୁଆ। ବୁଧବାର ଭାଜପା ତାଙ୍କୁ ମାନହାନୀ ନୋଟିସ ପଠାଇଛି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କରି ଆତୀଶି କହିଥିଲେ ଯେ, ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ଭାଜପା ତାଙ୍କୁ ଦଳରେ ଯୋଗଦେବାକୁ ଚାପ ପକାଉଛି। ଏହି ବୟାନକୁ ବିରୋଧ କରି ଭାଜପା ତାଙ୍କୁ ମାନହାନୀ ନୋଟିସ ପଠାଇଛି।

ଦିଲ୍ଲୀ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚେଦବା ଆତିଶୀଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି। ଏଥିସହ ଆତିଶୀ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରାଯାଇଛି। ସେ କହିଛନ୍ତି, ଆତିଶୀ ନିଜ ବୟାନକୁ ଫେରାଇ ନିଅନ୍ତୁ। ଏହା ତାଙ୍କର ମନଗଢା ଓ ମିଛ ବୟାନବାଜି । ଯଦି ଦାବି ପ୍ରମାଣିତ ନ କରି ପାରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାଜପା କହିଛି।

Share