ନୂଆଦିଲ୍ଲୀ,୬।୨: ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସୋମବାର ବିଳମ୍ବିତ ରାତିରେ ସେ ‘ଭାରତ ଯୋଡ ନ୍ୟାୟ ଯାତ୍ରା’ର ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ରାହୁଲ ଗାନ୍ଧୀ କୁକୁର ଥାଳିରେ କଂଗ୍ରେସ ନେତାଙ୍କୁ ବିସ୍କୁଟ ପରିବେଷଣ କରୁଥିବା ଜଣାପଡିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଶେୟାର କରିଥିବାବେଳେ ଅମିତ ମାଲଭିୟ ଲେଖିଛନ୍ତି, ଏବେ କିଛିଦିନ ତଳେ କଂଗ୍ରେସ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦଳର ବୁଥ ଏଜେଣ୍ଟଙ୍କ ତୁଳନା କୁକୁର ସହ କରିଥିଲେ। ଏବେ ରାହୁଲ ଗାନ୍ଧୀ ତାଙ୍କ ଯାତ୍ରାରେ ଗୋଟିଏ କୁକୁରକୁ ବିସ୍କୁଟ ଖାଇବାକୁ ଦେଉଥିବା ଦେଖାଯାଇଛି। ହେଲେ କୁକୁର ଯେତେବେଳେ ବିସ୍କୁଟ ନ ଖାଉଛି ସେତେବେଳେ ସେ ଏହାକୁ ତାଙ୍କ କର୍ମୀଙ୍କୁ ଦେଇ ଦେଉଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ‘ଯଦି ଦଳର ଅଧ୍ୟକ୍ଷ ଏବଂ ଯୁବରାଜ ନିଜ ଦଳର କର୍ମୀଙ୍କୁ କୁକୁର ଭଳି ବ୍ୟବହାର କରନ୍ତି , ତେବେ ଏପରି ପାର୍ଟି ଲୁପ୍ତ ହେବା ସ୍ବାଭାବିକ।
अभी कुछ दिन पहले कांग्रेस अध्यक्ष खड़गे जी ने पार्टी के बूथ एजेंटों की तुलना कुत्तों से की और यहाँ राहुल गांधी अपनी यात्रा में एक कुत्ते को बिस्किट खिला रहे हैं और जब कुत्ते ने नहीं खाया तो वही बिस्किट उन्होंने अपने कार्यकर्ता को दे दिया।
जिस पार्टी का अध्यक्ष और युवराज अपने… pic.twitter.com/70Mn2TEHrx
— Amit Malviya (@amitmalviya) February 5, 2024