Categories: ଜାତୀୟ

ଭାଜପା-ଶିବସେନାର ସମ୍ପର୍କ ଆମିର-କିରଣଙ୍କ ସମ୍ପର୍କ ଭଳି: ସଞ୍ଜୟ ରାଉତ

ମୁମ୍ବାଇ,୫ ।୭: ମହାରାଷ୍ଟ୍ରରେ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ଏକାଠି ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଶିବସେନା ନେତା ତଥା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି ଆମର ସମ୍ପର୍କ ଭାରତ-ପାକିସ୍ତାନ ଭଳି ନୁହେଁ ବରଂ ଅଭିନେତା ଆମରି ଖାଁ ଓ କିରଣ ରାଓଙ୍କ ଭଳି । ଦୁଇ ଦଳ ଏକାଠି ହେବାକୁ ନେଇ ଅନୁମାନ କରାଯାଉଥିବା ବେଳେ ସଞ୍ଜୟ କହିଛନ୍ତି ଆମର ସମ୍ପର୍କ ଆମିର-କିରଣଙ୍କ ଭଳି । ଯିଏ ନିକଟରେ ଅଲଗା ହୋଇଛନ୍ତି ସତ ହେଲେ ଏମାନଙ୍କ ମଧ୍ୟରେ ବନ୍ଦୁତ୍ୱ ଭଳି ସମ୍ପର୍କ ରହିବ । ଆମର ରାଜନୈତିକ ରାସ୍ତା ଭିନ୍ନ ସତ ହେଲେ ଆମ ଭିତରେ ବନ୍ଧୁତ୍ୱ ବଜାୟ ରହିବ । ଏହା ପୂର୍ବରୁ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ କହିଥିଲେ ଭାଜପା-ଶିବସେନା ପରସ୍ପରର ଶତ୍ରୁ ନୁହେଁ । ଏବେ ଅନୁମାନ କରାଯାଉଛି କି ପୁଣିଥରେ ହୁଏତ ଭାଜପା-ଶିବସେନା ଏକାଠି ହୋଇପାରନ୍ତି । ଅନ୍ୟପଟେ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ମଧ୍ୟ କହିଛନ୍ତି ଦୁଇଦଳ ପରସ୍ପରର ଶ୍ରତୁ ନୁହଁନ୍ତି । ହେଲେ ଏହାର ଅର୍ଥ ନୁହେଁ ଯେ ଏମାନେ ମେଣ୍ଟ କରୁଛନ୍ତି । ସୂଚନାଯୋଗ୍ୟ, ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରବିବାର ଫଡନବିଶ କହିଥିଲେ ଭାଜପା-ଶିବସେନା ଶତ୍ରୁ ନୁହେଁ । ହେଲେ ସମୟ ଓ ପରିସ୍ଥିତିକୁ ଦେଖି ମେଣ୍ଟ କଥା ଚିନ୍ତା କରାଯିବ । ଏବେ ଏହାକୁ ନେଇ ରାଜନୀତି ହୋଇଛି ସରଗରମ ।

Share