Categories: ଜାତୀୟ

ଅଭିଷେକଙ୍କୁ ଗିରଫ କରିପାରେ ଇଡି, ମମତାଙ୍କ ଏଭଳି ଆଶଙ୍କା ଉପରେ ଭାଜପା ନେତା ନେତା କହିଲେ ଭ୍ରଷ୍ଟାଚାରୀଙ୍କୁ ଜେଲ ହେବା ଉଚିତ୍‌

କୋଲକାତା,୨୯।୮: ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ଯେଉଁଥିରେ ଟିଏମସି ନେତାଙ୍କୁ ଇଡି ଗିରଫ କରିପାରେ ବୋଲି ମମତା କହିଥିଲେ। ଯାହାକୁ ନେଇ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଭ୍ରଷ୍ଟ ଲୋକଙ୍କୁ ଜେଲ ଯିବା ଉଚିତ୍‌।

ସେ କହିଛନ୍ତି, ଭ୍ରଷ୍ଟ ଲୋକଙ୍କୁ ଜେଲ ଯିବା ଉଚିତ୍‌ ଏହା ଆମର ଦାବି। (ଅଭିଷେକ ବାନାର୍ଜୀଙ୍କ ନାମ କୋଇଲା ଘୋଟାଲା, ଗାଈ ଚୋରା ଚାଲାଣ ଏବଂ ନିଯୁକ୍ତି ସ୍କାମରେ ଜଡିତ ଅଛି। ସେ ଜେଲ ଯିବା ଉଚିତ୍‌। ଆମେ ଇଡିକୁ ପଚାରିବାକୁ ଚାହୁଁଛୁ କି କାହିଁକି ଏତେ ଦିନ ନେଉଛନ୍ତି। ସୂଚନାଯୋଗ୍ୟ, ସୋମବାର ମୁଖ୍ୟମନ୍ତ୍ରୀ ମମତା ତାଙ୍କ ଅଭିଷେକଙ୍କ ଗିରଫଦାରୀକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ।

Share