Categories: ଜାତୀୟ

ମହାରାଷ୍ଟ୍ରରେ ଭାଜପାକୁ ଝଟ୍‌କା: ଅସନ୍ତୁଷ୍ଟ ଏକନାଥ ଖଡ଼ସେ ଦେଲେ ଇସ୍ତଫା

ମୁମ୍ବାଇ, ୨୧।୧୦: ମହାରାଷ୍ଟ୍ରରେ ଭାଜପାକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ଦଳୀୟ ନେତୃତ୍ୱଉପରେ ଦୀର୍ଘଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ନେତା ଏକନାଥ ଖଡ଼ସେ ବୁଧବାର ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସେ ସନ୍ଧ୍ୟାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବେ। ଦୁଇ ଦିନ ପୂର୍ବରୁ ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ସୂଚନା ଦେଇଥିଲେ ଯେ ଏକନାଥ ଦଳରୁ କେବେ ବି ଇସ୍ତଫା ଦେବେ ନାହିଁ। ଏକନାଥ ଦଳର ଜଣେ ବରିଷ୍ଠ ନେତା ସେ ଭାଜପାରୁ ବାହାରି ଯାଇପାରିବେ ନାହିଁ। ଏକନାଥ ଶୁକ୍ରବାର ଏନ୍‌ସିପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

Share