Categories: ଜାତୀୟ

‘ପରିବାର ଥିଲେ ଶ୍ରମିକଙ୍କ କଥା ବୁଝିପାରିଥାନ୍ତେ’

ବିଜନୋର(ଉତ୍ତରପ୍ରଦେଶ),୧୧।୨: “ ଆମ ପାଖରେ ପରିବାର ଥିବାରୁ ଆମେ ଗର୍ବିତ। ପରିବାର ଥିବା କୌଣସି ବ୍ୟକ୍ତି ଝୋଲା (ବ୍ୟାଗ) ଧରି ଖସି ପଳାଇବେ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରିବାର ଥିଲେ ଲକଡାଉନ ସମୟରେ ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ କଥା ସେ ଚିନ୍ତା କରିପାରିଥାନ୍ତେ। ଯେଉଁମାନଙ୍କ ପରିବାର ଅଛି, ସେମାନେ ପରିବାରର ଯନ୍ତ୍ରଣା ଅନୁଭବ କରିପାରିବେ। କିନ୍ତୁ ଯେଉଁମାନଙ୍କର ପରିବାର ନାହିଁ, ସେମାନେ ବୁଝିପାରିବେ ନାହିଁ”। ଏଭଳି କହି ଉତ୍ତରପ୍ରଦେଶର ଶାସକ ଭାଜପା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସପାକୁ ଟାର୍ଗେଟ କରି ‘ଫେକ୍‌ ସମାଜବାଦୀ’ ଓ ‘ପରିବାରବାଦ’ (ନେପୋଟିଜମ୍‌) ବୋଲି କହିଥିଲେ।

“ ଗତ ନିର୍ବାଚନ ପୂର୍ବରୁ ଭାଜପା ତା’ର ମେନିଫେଷ୍ଟୋରେ କରିଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି। ଏଥିଯୋଗୁ ଶାସକ ଦଳକୁ ୨ ମିନିଟ୍‌ ପାଇଁ ଚୁପ୍‌ ରହିବା ଉଚିତ” ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

Share