ଭାଜପା କର୍ମୀଙ୍କୁ ଘଉଡ଼ାଇବାକୁ ପୋଲିସର ପାଣିମାଡ଼

ସମ୍ବଲପୁର,୮।୧୧(ବ୍ୟୁରୋ): କଳାହାଣ୍ଡି ଜିଲା ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ସବୁଠି ବିରୋଧୀ ଗର୍ଜୁଛନ୍ତି। ମମିତା ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭାଜପା ପକ୍ଷରୁ ବିକ୍ଷୋଭ କରାଯାଇଛି। ସମ୍ବଲପୁରରେ ମଧ୍ୟ ଭାଜପା ପକ୍ଷରୁ ବିକ୍ଷୋଭ କରାଯାଇଛି। ରାଜ୍ୟ ଭାଜପା ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଡିଆଇଜି ଅଫିସ ଘେରାଉ ପାଇଁ ଯିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଭାଜପା କର୍ମୀଙ୍କୁ ଘଉଡ଼ାଇବାକୁ ପୋଲିସ ପକ୍ଷରୁ ପାଣିମାଡ଼ କରାଯାଇଥିଲା। ପରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ନାଉରୀ ନାଏକ ଓ ଈରାଶିଷ ଆଚାର୍ଯ୍ୟଙ୍କୁ ପୋଲିସ ଗିରଫ କରିଛି।

Share