Categories: ଜାତୀୟ

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ଭାଜପା

ନୂଆଦିଲ୍ଲୀ,୨୯ ।୪: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରିବା ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ନଜରରେ ୨୦୨୪ ନିର୍ବାଚନ । ଏଥିପାଇଁ ଏବେଠାରୁ ଦଳ ପ୍ରସ୍ତୁତି କଲାଣି । ତେବେ ଆସନ୍ତା ବର୍ଷ ମଧ୍ୟପ୍ରଦେଶରେ ହେବାକୁ ଥିବା ନିର୍ବାଚନ ଲାଗି କେନ୍ଦ୍ରୀୟ ନେତୃତ୍ୱ କମାଣ ନିଜ ହାତକୁ ନେଇ ସାରିଲେଣି । ଗୁରୁବାର ରାଜଧାନୀରେ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ହୋଇଥିବା ଭାଜପା କୋର ଗ୍ରୁପର ମାରାଥନ ବୈଠକରେ ସରକାରଙ୍କ କାର୍ଯ୍ୟର ସମୀକ୍ଷା ସହ ମିଶନ ୨୦୨୩ର ରଣନୀତିକୁ ନେଇ ମନ୍ଥନ କରାଯାଇଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨୦୨୩ ରାଜ୍ୟ ବିଧାନସଭା ନିର୍ବାଚନର ରଣନୀତି ପ୍ରସ୍ତୁତ କରିବାକୁ ନେଇ ମଧ୍ୟପ୍ରଦେଶ କୋର ଗ୍ରୁପ ବୈଠକର ଅଧ୍ୟକ୍ଷତା କରିଛନ୍ତି ।
ଏଥର ୨୦୨୪ ନିର୍ବାଚନ ପାଇଁ ବି ଭାଜପା ଏବେଠାରୁ ଅଣ୍ଟା ଭିଡିଲାଣି । ଏଥର ଦଳ ଯେଉଁସବୁ ବୁଥରେ ଅନ୍ୟ ଦଳଙ୍କଠାରୁ ପଛରେ ରହିଛି ସେସବୁ ବୁଥକୁ ପ୍ରାଧାନ୍ୟ ଦେବ ବୋଲି କୁହାଯାଉଛି । ଏହିଭଳି ପ୍ରାୟ ୭୪,୦୦୦ ବୁଥକୁ ଟାର୍ଗେଟ କରାଯାଇଛି ।

Share