Categories: ଜାତୀୟ

ରାଜସ୍ଥାନ, ଛତିଶଗଡ଼, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ପାଇଁ ଭାଜପା ନିଯୁକ୍ତ କଲା ନିର୍ବାଚନ ପ୍ରଭାରି

ନୂଆଦିଲ୍ଲୀ,୭।୭: ଦେଶର ୫ ରାଜ୍ୟରେ ଚଳିତ ବର୍ଷ ଶେଷକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପ୍ରସ୍ତୁତିରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଶୁକ୍ରବାର ଏଥିମଧ୍ୟରୁ ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଥିବା ଘୋଷଣା କରିଛି।

ରାଜସ୍ଥାନ ପାଇଁ ପ୍ରହ୍ଲାଦ ଯୋଶୀ, ଛତିଶଗଡ଼ ଓମ ମାଥୁର, ମଧ୍ୟ ପ୍ରଦେଶ ଭୁପେନ୍ଦ୍ର ଯାଦବ ଓ ପ୍ରକାଶ ଜାଭଡେକରଙ୍କୁ ତେଲେଙ୍ଗାନା ଦାୟିତ୍ୱ ଦିଆଯାଇଛି।
ସେହିପରି ଅଶ୍ୱିନି ବୈଷ୍ଣବଙ୍କୁ ମଧ୍ୟ ପ୍ରଦେଶ, ସୁନିଲ ବଂଶଲଙ୍କୁ ତେଲେଙ୍ଗାନା, ମନସୁଖ ମାଣ୍ଡବିୟଙ୍କୁ ଛତିଶଗଡ଼ ଓ ରାଜସ୍ଥାନ ପାଇଁ ନୀତୀନ ପଟେଲ ଓ କୁଲଦୀବ ବିଶ୍ନୋଇଙ୍କୁ ସହ ପ୍ରଭାରି ଭାବେ ନିଯୁକ୍ତ କରାଯାଇଛି।

Share