ପାରଳାଖେମୁଣ୍ଡି ଗସ୍ତରେ ଭାଜପା ରାଜ୍ୟ ସଭାପତି: ହୋଲି ଖେଳ ସହ ଜମିଲା ନିର୍ବାଚନ ପ୍ରଚାର

ପାରଳାଖେମୁଣ୍ଡି:୧୯।୩(ଡି.ଏନ୍‌.ଏ.): ଗଜପତି ଜିଲାରେ ରଙ୍ଗର ପର୍ବ ହୋଲିକୁ ଅତି ଧୁମ୍‌ଧାମରେ ପାଳନ କରିଛନ୍ତି ପାରଳାଖେମୁଣ୍ଡିବାସୀ। ନିକଟରେ ପୌର ନିର୍ବାଚନ ରହିଥିବାରୁ ରାଜନୈତିକ ମହଲ ସରଗରମ ଥିବାବେଳେ ଉଷ୍ମତା ମଧ୍ୟ ଦେଖାଦେଇଛି। ଏହି ଅବସରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଦିନିକିଆ ଗସ୍ତରେ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି। ଲୋକଙ୍କ ସହ ହୋଲି ଖେଳି ଏକ ବାଇକ୍‌ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରିଛନ୍ତି । ହୋଲିରେ ରଙ୍ଗ ଖେଳିବା ସହ ନିର୍ବାଚନ ପ୍ରଚାର ମଧ୍ୟ କରିଛନ୍ତି । ପାରଳାଖେମୁଣ୍ଡି ଲୋକଙ୍କ ସହ ହୋଲିଖେଳି ସେ ବେଶ ଖୁସି ଥିବା କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କେ ନାରାୟଣ ରାଓ, ପୌର ଅଧ୍ୟକ୍ଷା ପ୍ରାର୍ଥିନୀ ମାମିଡି ରାଜେଶ୍ୱରୀ ଓ ସମସ୍ତ କାଉନ୍‌ସିଲର ପ୍ରାର୍ଥୀ ଉପସ୍ଥିତ ଥିଲେ।