ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଭାଜପା ରାଜ୍ୟ ସଭାପତି

ଚାନ୍ଦବାଲି, ୨୬।୧୦(କିଶାନ ପାତ୍ର)- ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି l ଘର ଭାଙ୍ଗିବା ସହ ଚାଷ ଜମି ଜୁଆର ପାଣି ମାଡି ନଷ୍ଟ ହୋଇଛି l ଶନିବାର ଭାଜପା ରାଜ୍ୟ ସଭାପତି ଧାମରା ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ଆଲୋଚନା କରୁଛନ୍ତି l ସେମାନଙ୍କୁ ସରକାରୀ ତଦନ୍ତ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସମବେଦନା ଜଣାଉଛନ୍ତି l ସକାଳେ ଧାମରା କରଞ୍ଜମାଳ ପଞ୍ଚାୟତ ବୁଲି କ୍ଷତିଗ୍ରସ୍ତ ମାନଙ୍କୁ ଭେଟିଛନ୍ତି l ତାଙ୍କ ସହ ଦଳୀୟ ପଦାଧିକାରୀ ଓ କର୍ମୀମାନେ ସାମିଲ ହୋଇ ଲୋକଙ୍କ ଦୁର୍ଦ୍ଦଷା ବୁଝୁଛନ୍ତି l

Share