ବିଜେଡି ବିଧାୟକଙ୍କ ଗାଁରେ ଭାଜପାର ଜୋରଦାର ପ୍ରଚାର

କୋକସରା,୩।୨(ଡି.ଏନ୍‌.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଉଠୁଛି ପଡୁଛି ଗାଁଠୁ ସହର। ଏହାରି ଭିତରେ ଦଳୀୟ ପ୍ରାର୍ଥୀ ନିର୍ବାଚନ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି। କୋକସରା ବ୍ଲକର ଜିଲା ପରିଷଦ ଜୋନ- ୨ ପାଇଁ ଭାଜପାରୁ ଜନାର୍ଦ୍ଦନ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି।

ଗୁରବାର କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝୀଗୁଡ଼ାରେ ଜନାର୍ଦ୍ଦନ ନିଜ ସମର୍ଥକଙ୍କ ସହ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କ ଗାଁ ହେଉଛି ମାଝୀଗୁଡା। ହେଲେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ସମ୍ବଲପୁରୀ ଗୀତ ମାଧ୍ୟମରେ ପ୍ରଚାର କରି ଭୋଟ ଭିକ୍ଷା କରିଥିଲେ। ତାଙ୍କ ସହ ସମର୍ଥକ ତ୍ରିନାଥ ଶବର, ଦୁର୍ଗା ପ୍ରଧାନୀ, ପ୍ରମୋଦ ପଣ୍ଡା, ନରେନ୍ଦ୍ର ପ୍ରଧାନୀ, ଲଷ୍ମୀ ନାରାୟଣ ପ୍ରଧାନୀ, ଦୈତାରି ବାରିକଙ୍କ ସମେତ ମାଝୀଗୁଡା ଗ୍ରାମବାସୀ ଉପସ୍ଥିତ ରହିଥିଲେ।