Categories: ଜାତୀୟ

ଉତ୍ତର-ପୂର୍ବରେ ଭାଜପା ସୂର୍ଯ୍ୟୋଦୟ

କୋଲକାତା/ଅଗରତାଲା, ୩ା୩(ପି.ଟି.):ଯେଉଁ ବ୍ୟକ୍ତି ଅନେକ ମେଣ୍ଟକୁ ଏକାଠି ଯୋଡ଼ିଥିଲେ ସିଏ ଆଜି ଉତ୍ତର-ପୂର୍ବାଞ୍ଚଳରେ ଭାଜପାର ସୂର୍ଯ୍ୟୋଦୟ ପାଇଁ ସମାନ ଗୋଟି ଚଳାଇଛନ୍ତି। ନର୍ଥ-ଇଷ୍ଟ୍‌ରେ ଭାଜପାର ପୋଷ୍ଟର ବୟ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବେ ନିଜ ପାର୍ଟିର ଡିଲ୍‌ ମେକର ଭାବେ ଉଭା ହୋଇଛନ୍ତି। ସେ ନିର୍ବାଚନ ପାଇଁ ଫେବୃୟାରୀରେ ପ୍ରାୟ ପ୍ରତିଦିନ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟକୁ ହେଲିକପ୍ଟରରେ ଯାଇ ସବୁ କଥା ବୁଝୁଥିଲେ। ପୂର୍ବରୁ ଏନ୍‌ଡିପିପି ଅଧ୍ୟକ୍ଷ ନେଫିଉ ରିଓଙ୍କୁ ମାଓବାଦ ପ୍ରଭାବିତ ନାଗାଲାଣ୍ଡରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ କରାଇବା ହେଉ କି ତ୍ରିପୁରାରେ ମାନିକ ଶାହଙ୍କୁ କ୍ଷମତାର ଚାବିକାଠି ଧରାଇବା ସବୁଥିରେ ମୁଖ୍ୟ କାର୍ପଟଦାର ଥିଲେ ହିମନ୍ତ ବିଶ୍ୱଶର୍ମା। ମେଘାଳୟରେ ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗ୍‌ମାଙ୍କ ନେତୃତ୍ୱାଧୀନ ଏନ୍‌ପିପି ଭାଜପା ସହ ମେଣ୍ଟରୁ ଓହରିଯାଇଥିଲା। ତାଙ୍କୁ ପୁଣି ବୁଝାଶୁଝା କରି ଟେବୁଲକୁ ଫେରାଇ ଆଣିବା ବିଶ୍ୱଶର୍ମାଙ୍କ ବିଚକ୍ଷଣତାର ପ୍ରରିଚୟ ଦେଇଛି।

Share