Categories: ଜାତୀୟ

ଲାଲ୍‌ ଚୌକରେ ତ୍ରିରଙ୍ଗା ଉଡ଼ାଇବାକୁ ଯାଉଥିବା ଭାଜପା କର୍ମୀଙ୍କୁ ଗିରଫ କଲା ପୋଲିସ

ଶ୍ରୀନଗର, ୨୬।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ସଦସ୍ୟା ମେହବୁବା ମୁଫ୍‌ତି ତ୍ରିରଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟ ନେଇ ରାଜ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୋମବାର କେତେକ ଭାଜପା କର୍ମୀ ଶ୍ରୀନଗରର ଲାଲ୍‌ ଚୌକରେ ତ୍ରିରଙ୍ଗା ଉଡ଼ାଇବା ଲାଗି ଯାଉଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିଛି। ଏହି ଅଞ୍ଚଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରାଯାଇଛି। ଏପରିସ୍ଥଳେ ଭାଜପା କର୍ମୀମାନେ ପୋଲିସ ସହିତ ଧସ୍ତାଧସ୍ତି କରି ଧସେଇ ପଶିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ରବିବାର ଜମ୍ମୁରେ ଭାଜପାକର୍ମୀମାନେ ପିଡ଼ିପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ତ୍ରିରଙ୍ଗା ଲଗାଇବାର ଉଦ୍ୟମ କରିଥିଲେ। ସେମାନେ ମେହବୁବାଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ତେବେ ସୁରକ୍ଷାକାର୍ଯ୍ୟ ନିୟୋଜିତ ଥିବା ପୋଲିସ ସେମାନଙ୍କୁ ବୁଝାସୁଝା କରି ଫେରାଇ ଦେଇଥିଲେ।

Share