୮ ଜଣଙ୍କୁ ନିଲମ୍ବନ କଲା ଭାଜପା

ଭୁବନେଶ୍ୱର, ୧୪।୭(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବାଲେଶ୍ୱର ଜିଲାର କେତେଜଣଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ସୂଚନା ଦିଆଯାଇଛି। ବାଲେଶ୍ୱର ଜିଲା ସୋର ବିଧାନସଭା ନିର୍ବାଚନମଣ୍ଡଳୀର ମାଟିଆମଙ୍ଗଳା ମଣ୍ଡଳ ସଭାପତି ସନାତନ ଦାସ, ଦାଣ୍ଡକାଳୀ ମଣ୍ଡଳ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ମହାଳିକ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ରାଜାରାମ ମହାପାତ୍ର, ସୋର ଗଣମାଧ୍ୟମ ସଂଯୋଜକ ପ୍ରକାଶ ମାଝୀ, ବାସୁଳି ମଣ୍ଡଳ ପୂର୍ବତନ ସାଧାରଣ ସମ୍ପାଦକ ଶରତ ନାୟକ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ମୁକ୍ତିକାନ୍ତ ମହାପାତ୍ର, କେଶରୀପୁର ଗ୍ରାମପଞ୍ଚାୟତ ସରପଞ୍ଚ ନରେନ୍ଦ୍ର ବିଶ୍ୱାଳ ଏବଂ କେଶରୀପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ମୁକେଶ ମଲିକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି।

Share