Categories: ଜାତୀୟ

ଗୁଆହାଟୀ ପୌର ନିର୍ବାଚନରେ ଭାଜପାକୁ ବଡ଼ ସଫଳତା

ଗୁଆହାଟୀ,୨୫।୪: ଆସାମର ଗୁଆହାଟୀ ପୌର ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ୬୦ ଓ୍ବାର୍ଡ ବିଶିଷ୍ଟ ଏହି ପୌର ନିଗମର ୫୮ ଓ୍ବାର୍ଡରେ ଭାଜପା ଏବଂ ସହଯୋଗୀ ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ପୂର୍ବରୁ ୩ ଆସନରେ ଭାଜପା ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ବେଳେ ଅବଶିଷ୍ଟ ୫୭ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ନିର୍ବାଚନରେ ଖାତା ଖୋଲିପାରି ନ ଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟିର ମସୁମା ବେଗମ୍‌ ୪୨ ନମ୍ବର ଓ୍ବାର୍ଡରୁ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ଦଳ ଆସାମ ଜାଟିୟା ପରିଷଦକୁ ଗୋଟିଏ ଓ୍ବାର୍ଡ ମିଳିଛି। ଐତିହାସିକ ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଆହାଟୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share