ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌ କଣ୍ଟ୍ରୋଲରେ ଚାଲିଛନ୍ତି ରାଜ୍ୟ ସରକାର। ବିପଦରେ ଗଣତନ୍ତ୍ର, ସଭାରେ କେବଳ ଗୋଟିଏ ନେତା ଅଛନ୍ତି।

ସମୀର କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢ଼ିବା ପଛରେ ଉଦ୍ଦେଶ୍ୟ ରହିଛି। ଗୋଟିଏ ଆସନ ଛାଡ଼ିବେ ବାବୁଙ୍କ ପାଇଁ, ତାଙ୍କୁ ଦାୟିତ୍ୱ ଦେବେ। ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ ପ୍ରବେଶ କରାଇ ଶାସନଭାର ଦେବାର ଚକ୍ରାନ୍ତ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୋଜନାକୁ ଆମେ ସଫଳ ହେବାକୁ ଦେବୁ ନାହିଁ।

Share