Categories: ଜାତୀୟ

ଲୋକଙ୍କୁ ଡରାଉଛନ୍ତି କେଜରିଓ୍ବାଲ୍‌ ସରକାର: ଭାଜପା

ନୂଆଦିଲ୍ଲୀ,୨୦।୯: କରୋନା ସଂକ୍ରମଣକୁ ରୋକିବାରେ ବିଫଳ ହୋଇଥିବା କେଜରିଓ୍ବାଲ୍‌ ସରକାର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ଆଦେଶ ଗୁପ୍ତା ଅଭିଯୋଗ କରିଛନ୍ତି। ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା କରିଥିଲେଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଏଭଳି ଆଶଙ୍କାକୁ ଗୁପ୍ତା ନିନ୍ଦା କରି କହିଛନ୍ତି ଯେ କେଜରିଓ୍ବାଲ୍‌ ସରକାର ପୁଣି ଥରେ ନିଜ ବିଫଳତାକୁ ଲୁଚାଇବା ପାଇଁ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଲୋକଙ୍କୁ ଭୟଭୀତ ନକରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଦିଲ୍ଲୀରେ ପ୍ରତିଦିନ ୪ ହଜାରରୁ ଅଧିକ କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି।

Share