Categories: ଜାତୀୟ

ଆନ୍ଧ୍ରରେ ଭାଜପା-ଟିଡିପି-ଜେଏସ୍‌ପି ମେଣ୍ଟ

ନୂଆଦିଲ୍ଲୀ,୧୨।୩: ଲୋକ ସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ସହ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଏବଂ ଜନସେନା ପାର୍ଟି (ଜେଏସ୍‌ପି)ର ମେଣ୍ଟ ହୋଇଛି। ଦଳଗୁଡ଼ିକ ମଧ୍ୟରେ ଆସଗ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିବା ସୋମବାର ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି। ବୁଝାମଣା ଅନୁଯାୟୀ ରାଜ୍ୟର ୨୫ ଲୋକ ସଭା ଆସନ ମଧ୍ୟରୁ ଟିଡିପି ୧୭ ଆସନରେ ଲଢ଼ିବାକୁ ଥିବାବେଳେ ଭାଜପା ୬ ଏବଂ ଜେଏସ୍‌ପି ୨ ଆସନରେ ଲଢ଼ିବ। ସେହିପରି ଆନ୍ଧ୍ରର ୧୭୫ ବିଧାନସଭା ଆସନ ମଧ୍ୟରୁ ଟିଡିପି ୧୪୪ ଆସନରେ ଲଢ଼ିବାକୁ ସ୍ଥିର ହୋଇଥିବାବେଳେ ଭାଜପା ୧୦ ଏବଂ ଜେଏସ୍‌ପି ୨୧ ଆସନରେ ଲଢ଼ିବ। ଆନ୍ଧ୍ରପ୍ରଦେଶର ବିକାଶ ଏବଂ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମେଣ୍ଟର ୩ ଦଳ ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି।

Share