Categories: ଜାତୀୟ

‘ଭାଜପା ସାପ ହେଲେ ମୁଁ ନେଉଳ’

ନୂଆଦିଲ୍ଲୀ,୧୩ା୧: ଭାଜପା ଏକ ସାପ ସଦୃଶ। କିନ୍ତୁ ମୁଁ ସାପର ବିନାଶକାରୀ ନେଉଳ ବୋଲି ଗୁରୁବାର ଟାର୍ଗେଟ କରିଛନ୍ତି ୟୁପିର ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ। ଦୁଇଦିନ ତଳେ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି(ଏସ୍‌ପି) ନେତା ଅଖିଳେଶ ଯାଦବଙ୍କ ସହ ହାତ ମିଳାଇଛନ୍ତି ସ୍ବାମୀ ମୌର୍ଯ୍ୟ। ସ୍ବାମୀ ଟୁଇଟରରେ କହିଛନ୍ତି, ଆର୍‌ଏସ୍‌ଏସ୍‌ ହେଉଛି କୋବ୍ରା। ଭାଜପା ସାପ ଭଳି। କିନ୍ତୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ ନେଉଳ ସଦୃଶ, ଯିଏ ସେମାନଙ୍କୁ ୟୁପିରୁ ସଫା ନ କରିବା ଯାଏ ଛାଡ଼ିବ ନାହିଁ।

Share