କୋଲକାତା,୧୯।୧: ଜାନୁୟାରୀ ୨୩ରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ ହେବ। ଏହାକୁ ନେଇ ପଶ୍ଚିମବଙ୍ଗରେ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଭାଜପା ପକ୍ଷରୁ ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ସଂସ୍କୃତି ବିଭାଗ ଏପରି ଘୋଷଣା କରିଛନ୍ତି। ତେବେ ଏହାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରି ଏହି ଦିନଟିକୁ ଦେଶ ନାୟକ ଦିବସ ଭାବେ ପାଳନ କରାଯିବା ଲାଗି ଘୋଷଣା କରାଯାଇଛି। ଭାଜପା ଏବଂ ତୃଣମୂଳ କଂଗ୍ରେସ ନେତାଜୀଙ୍କ ଉପରେ ଅଧିକାର ସାବ୍ୟସ୍ତ କରିବା ଲାଗି ଏଭଳି ଉଦ୍ୟମ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ମିଶନ ପଶ୍ଚିମବଙ୍ଗ ଆରମ୍ଭ କରାଯାଇଛି। ତୃଣମୂଳ ରାଜ୍ୟରେ ଭାଜପା ସହିତ କଡ଼ା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି।