Categories: ଜାତୀୟ

ମଧ୍ୟପ୍ରଦେଶ ସମେତ ଏହି ୫ ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷ ଘୋଷଣା କରିପାରେ ଭାଜପା

ନୂଆଦିଲ୍ଲୀ,୩।୭: ଆସନ୍ତା ଲୋକ ସଭା ଓ ବିଧାନସଭା ନିର୍ବାଚନ ଭାଜପା ପ୍ରସ୍ତୁତ ଆରମ୍ଭ କରିଛି। ଏହି ସମୟରେ ଭାଜପା ୫ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷଙ୍କୁ ବଦଳାଇ ପାରେ। କୁହାଯାଉଛି ଯେ କିଛି ଘଣ୍ଟା ମଧ୍ୟରେ ଭାଜପା ୫ ଟି ରାଜ୍ୟର ନୂତନ ପ୍ରଦେଶ ଅଧ୍ୟକ୍ଷ ଘୋଷଣା କରିପାରେ। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ, ଯେଉଁଥିରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରାଯାଇଥିଲା। କୁହାଯାଉଛି ଯେ ଏହି ସମୟ ମଧ୍ୟରେ ରାଜ୍ୟଗୁଡ଼ିକରେ ରାଜ୍ୟ ସଭାପତି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଯେଉଁ ୫ଟି ରାଜ୍ୟରେ ଭାଜପା ରାଜ୍ୟ ସଭାପତି ପରିବର୍ତ୍ତନ କରିବାକୁ ଯାଉଛନ୍ତି, ସେଥିରେ ଗୁଜରାଟ, ତେଲଙ୍ଗାନା, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ କର୍ନାଟକ ରହିଛି। ଦଳ ନୂଆ ଚେହେରାଙ୍କୁ ଏହି ରାଜ୍ୟଗୁଡିକର ଦାୟିତ୍ୱ ଦେଇପାରେ। କୁହାଯାଉଛି ଯେ ଜି କିଶନ ରେଡ୍ଡୀଙ୍କୁ ତେଲଙ୍ଗାନାର, ପଞ୍ଜାବର ସୁନୀଲ ଜାଖଡ, ଅସ୍ବଥ ନାରାୟଣ କିମ୍ବା କର୍ଣ୍ଣାଟକର ଶୋଭା କରନ୍ଦଲାଜେଙ୍କୁ କର୍ନାଟକର ରାଜ୍ୟ ସଭାପତି କରାଯାଇପାରେ। ଏଥି ସହିତ ମଧ୍ୟପ୍ରଦେଶର ନିର୍ବାଚନ ରାଜ୍ୟରେ ଯେକୌଣସି ବଡ ଚେହେରାକୁ ଦାୟିତ୍ୱ ଦିଆଯାଇପାରେ।

Share