Categories: ଜାତୀୟ

ଆମ ସହିତ ବୈମାତୃକ ବ୍ୟବହାର କରୁଛି ଭାଜପା: ଶିନ୍ଦେଙ୍କ ସମର୍ଥକ…

ମୁମ୍ବାଇ,୨୭।୫ : ମହାରାଷ୍ଟ୍ରର ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସମର୍ଥକ ମଧ୍ୟରେ ଥିବା ମିଳିତ ମେଣ୍ଟ ସରକାରର ଫାଟ ବଢୂଥିବା ଚର୍ଚ୍ଚା ହେଉଛି। ଶିନ୍ଦେଙ୍କ ଶିବସେନା ଏମପି ଗଜାନନ କୀର୍ତ୍ତିକର ଭାଜପା ସେମାନଙ୍କ ପ୍ରତି ସାବତ ମା ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।

ଆମେ ୧୩ ଏମପି ଶିନ୍ଦେଙ୍କ ସହ ଏନଡିଏ ସହ ଜଡିତ ବୋଲି ସେ କହିଛନ୍ତି। ଆମକୁ ଏନଡିଏ ର ସହଯୋଗୀ ଭାବରେ ବିବେଚନା କରାଯିବା ଉଚିତ। ଆମର କାର୍ଯ୍ୟ ସମାପ୍ତ ହେବା ଜରୁରୀ । ମୁଁ ମଧ୍ୟ ଶିନ୍ଦେଙ୍କୁ ଭାଜପାରେ ଏଭଳି ସମ୍ପର୍କରେ ଏକ ବୈଠକରେ କହିଛି।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାଜପା ସହ ଆସନ ବାଣ୍ଟିବା ନେଇ କୀର୍ତ୍ତିକର କହିଛନ୍ତି ମହାରାଷ୍ଟ୍ରର ମୋଟ ୪୮ଟି ସିଟ ମଧ୍ୟରୁ ଶିନ୍ଦେ ଦଳ ୨୨ ଟି ଆସନ ପାଇଁ ଦାବି କରୁନାହାଁନ୍ତି, ବରଂ ଏନେଇ ପ୍ରସ୍ତୁତି ମଧ୍ୟ କରିଛନ୍ତି। ଏହା ୨୦୧୯ ରେ ସିଟ ବଣ୍ଟନ ଫର୍ମୁଲା ସମାନ ରହିଛି। ସେତେବେଳେ ଶିବସେନା ୨୩ ଟି ଆସନରେ ଏବଂ ଭାଜପା ୨୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିମଧ୍ୟର ଭାଜପା ୨୨ ଟି ଏବଂ ଶିବସେନା ୧୮ ଟି ସିଟ ଜିତିଥିଲା।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ଗଜାନନ କୀର୍ତ୍ତିକର ଏପରି କିଛି କହି ନାହାଁନ୍ତି। ଏହି ଖବର ଭିତ୍ତିହୀନ। ଆମ ମଧ୍ୟରେ କୌଣସି ଅସୁବିଧା ନାହିଁ। ଶିବସେନା ଏବଂ ଭାଜପା ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ଭବିଷ୍ୟତରେ ମଧ୍ୟ ମେଣ୍ଟ ସ୍ଥିତି ଏହିପରି ରହିବାକୁ ଯାଉଛି ।

Share