
ନୂଆଦିଲ୍ଲୀ,୪।୪: ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ହଇଚଇ। ଅନ୍ନାମଲାଇ ତାମିଲନାଡୁ ଭାଜପା ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ଆଲୋଚନା ହେଉଥିଲା। କୁହାଯାଉଛି ଯେ ନନୈର ନାଗେନ୍ଦ୍ରନ ତାଙ୍କ ସ୍ଥାନ ପାଇପାରନ୍ତି। ଶୁକ୍ରବାର କୋଏମ୍ବାଟୁରରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଆନ୍ନାମଲାଇ କହିଛନ୍ତି ଯେ ତାମିଲନାଡୁ ଭାଜପାରେ କୌଣସି ପ୍ରତିଯୋଗିତା ନାହିଁ। ଆମେ ସର୍ବସମ୍ମତିକ୍ରମେ ଜଣେ ନେତାଙ୍କୁ ନିର୍ବାଚିତ କରିବୁ। ସେ କହିଛନ୍ତି ଯେ ସେ ରାଜ୍ୟ ଭାଜପା ନେତୃତ୍ୱ ଦୌଡ଼ରେ ନାହାନ୍ତି।
ଅନ୍ନାମଲାଇ କହିଛନ୍ତି, କିଛି ଲୋକ କୁହନ୍ତି ଯେ ମୁଁ ଦିଲ୍ଲୀ ଯାଇଥିଲି। ମୁଁ ଏପରି ମାମଲାରେ ଜଡିତ ନୁହେଁ। ମୁଁ ଏହି ଦୌଡ଼ରେ ନାହିଁ। ମୁଁ ବିଶ୍ୱାସ କରେ ଯେ ଦଳ ମଜବୁତ ହେବା ଉଚିତ। ଭାଜପା ଏପରି ଏକ ଦଳ ଯେଉଁଠାରେ ଭଲ ଲୋକ ଆସିପାରିବେ। ଏହି ଦଳକୁ ବିସ୍ତାର କରିବା ପାଇଁ ଅନେକ ଲୋକ ନିଜ ଜୀବନକୁ ବଳିଦାନ ଦେଇଛନ୍ତି। ନୂତନ ନେତା ର୍ନିବାଚିତ ହେଲେ ଆମେ ଏ ବିଷୟରେ କଥାବାର୍ତ୍ତା କରିବୁ।
କୁହାଯାଉଛି ଯେ ଅନ୍ନାମଲାଇଙ୍କ ଅଧ୍ୟକ୍ଷ ପଦର କାରଣ 2026 ବିଧାନସଭା ର୍ନିବାଚନ ପାଇଁ ଭାଜପା ଏବଂ AIADMK ମଧ୍ୟରେ ମେଣ୍ଟର ବଢୁଥିବା କଳ୍ପନାଜଳ୍ପନା ସହିତ ଜଡିତ। ନିକଟରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏଆଇଏଡିଏମକେ ମହାସଚିବ କେ. ପଲାନିସୱାମୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହା ଆଗାମୀ ର୍ନିବାଚନରେ ଏଆଇଏଡିଏମେକେ ପୁଣି ଥରେ ଏନଡିଏ ସହିତ ମେଣ୍ଟ କରିବ ବୋଲି ଆଲୋଚନାକୁ ତୀବ୍ର କରିଥିଲା। ୨୦୨୧ ବିଧାନସଭା ର୍ନିବାଚନରେ, ଏଆଇଏଡିଏମ୍କେ ଏନଡିଏ ସହିତ ମେଣ୍ଟ କରି ପ୍ରତିଦ୍ୱନ୍ଦ୍ୱିତା କରିଥିଲା।